banner
Breaking

ରିୟାଙ୍କ ଜାମିନ ଆବେଦନ ଖାରଜ।

0

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ ସ୍ପେଶାଲ କୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ରିଆ ଆହୁରି ୩ ଦିନ ଜେଲରେ କାଟିବେ ବୋଲି ଜଣାପଡିଛି । ରିଆଙ୍କ ଜାମିନ ଖାରଜ ହେବା ପରେ ତାଙ୍କ ଓକିଲ ସତିଶ ମାନେସିନ୍ଦେ କହିଛନ୍ତି ଅର୍ଡର କପି ମିଳିବା ପରେ ଆମେ ଆଗକୁ ରଣନୀତି ପ୍ରସ୍ତୁତ କରିବୁ । କୁହାଯାଉଛି କି ଅର୍ଡର କପି ମିଳିବା ପରେ ସ୍ପଷ୍ଟ ହେବ ଯେ କୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର କେଉଁ ଦଲିଲକୁ ଗ୍ରହଣ କରିଛନ୍ତି ଓ କାହାକୁ ଖାରଜ କରିଛନ୍ତି । ଏହାପରେ ଯାଇ ନୂଆ ଯୋଜନା କରାଯାଇ ପାରିବ ବୋଲି ରିଆଙ୍କ ଓକିଲ କହିଛନ୍ତି । ଆଉ ଅର୍ଡର କପି ମିଳିବା ପରେ ଯାଇ ସେ ହାଇକୋର୍ଟରେ ଜାମିନ ଆବେଦନ କରି ପାରିବେ ବୋଲି ଓକିଲ କହିଛନ୍ତି । ଅନ୍ୟପଟେ ଶନିବାର ଓ ରବିବାର ସପ୍ତାହର ଶେଷ ଦିବସ ଓ କୋର୍ଟ ବନ୍ଦ ରହୁଥିବାରୁ ରିଆ ଆହୁରି ୩ ଦିନ ଜେଲରେ ରହିବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାଙ୍କ ବାନ୍ଧବି ରିଆ ଚକ୍ରବର୍ତ୍ତିଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି । ଏହାସହ ରିଆଙ୍କ ଭାଇ ଶୌଭିକ ଚର୍କବର୍ତ୍ତି, ଅବଦୁଲ ବସିତ, ଜୈଦ ଭିଲାଟ୍ରା, ଦିପେଶ ସାୱନ୍ତ ଓ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ସେସନ୍ସ କୋର୍ଟ ରିଆଙ୍କ ଡ୍ରଗ୍ସ କନେକଶନଓ ଅନ୍ୟ ମାମଲାରେ ଗୁରୁବାର ଜାମିନ ଆବେଦନକୁ ନେଇ ରାୟ ସଂରକ୍ଷିତ ରଖିଥିଲେ । ଏବେ ରିଆ ମୁମ୍ବାଇର ଭାୟଖଲା ଜେଲରେ ଦୁଇ ଦିନ ହେବ ବନ୍ଦ ରହିଛନ୍ତି । ଅନ୍ୟପରେ ଏନ୍‌ସିବି ରିଆ ଓ ତାଙ୍କ ଭାଇ ଶୌଭିକଙ୍କ ଜାମିନକୁ ବିରୋଧ କରୁଛି ବୋଲି କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.