banner
Breaking

ବିଗ୍ ବି ଅମିତାଭ ବଚନଙ୍କୁ କରୋନା।

0

ମୁମ୍ବାଇ,୧୧/୭(ବ୍ୟୁରୋ): ବଲିଉଡ ଅଭିନେତା ଅମିତାଭ ବଚ୍ଚନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା​‌ ପାଇଁ ମୁମ୍ବଇର ନାନାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବିଗ୍ ବି ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଅମିତାଭ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ କରୋନାରେ ସଂକ୍ରମିତ ହୋଇଛି ଏବଂ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପରିବାରର ଅବଶିଷ୍ଟ ସଦସ୍ୟ ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଉଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ସହିତ ଅମିତାଭ ଯେଉଁମାନେ ଗତ ଦଶ ଦିନ ମଧ୍ୟରେ ତାଙ୍କୁ ଭେଟିଛନ୍ତି ସେମାନଙ୍କ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.