banner
Breaking

ରଣବୀରଙ୍କ ସହିତ ଅଭିନୟ କରିବା ପାଇଁ ଶ୍ରଦ୍ଧା ଏକ୍ସାଇଟେଡ ଅଛନ୍ତି।

0

ମୁମ୍ବାଇ: ବଲିଉଡ୍‌ ବିୟୁଟି ଶ୍ରଦ୍ଧା କପୁର ଏବେ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ଏବେ କିନ୍ତୁ ସେ ରଣବୀର କପୁରଙ୍କ ସହ ଅଭିନୟ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ‘ପ୍ୟାର କା ପଞ୍ଚନାମା’ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଲଭ୍‌ ରଞ୍ଜନଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ଆଗାମୀ ଫିଲ୍ମରେ ରଣବୀରଙ୍କ ସହ ଶ୍ରଦ୍ଧା ଅଭିନୟ କରିବେ ବୋଲି ଜଣାପଡିଛି। ପ୍ରଥମଥର ଲାଗି ରଣବୀରଙ୍କ ସହ ଅଭିନୟ କରିବାକୁ ଯାଉଥିବା ଶ୍ରଦ୍ଧା ବେଶ୍‌ ଏକ୍ସସାଇଟେଡ୍‌ ଥିବା କହିଛନ୍ତି। ଏହାସହ ରଣବୀର ବର୍ତ୍ତମାନ ଜେନେରେଶନର ଭଲ ଅଭିନେତାଙ୍କ ମଧ୍ୟରେ ଜଣେ ବୋଲି ସେ କହିଛନ୍ତି। ଏହା ରଣବୀରଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ହୋଇଥିବାରୁ ନିଶ୍ଚୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.