banner
Breaking

ମୁକ୍ତା ଯୋଜନା ଅଧିକ କ୍ରିୟାଶୀଳ ହେବା ପାଇଁ ଏମଓୟୁ

0

ଭୁବନେଶ୍ୱର :ରାଜ୍ୟରେ ମୁକ୍ତା ଯୋଜନାକୁ ଅଧିକ ଗତିଶୀଳ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହେଇଛି। ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାଥନନ୍‌ ଏବଂ ସହରାଞ୍ଚଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶିକା ମାନଭିତା ବରାଡି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁକ୍ତା ଯୋଜନାରେ ଯୋଡ଼ି ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ବସ୍ତି ଉନ୍ନୟନ କମିଟିଗୁଡ଼ିକର ଦକ୍ଷତା ବିକାଶ କରି ସେମାନଙ୍କ ଦ୍ବାରା ଅଧିକରୁ ଅଧିକ କାମ କରାଇବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରାଥମିକତା ଦେଇଛି। ଏହି ଯୋଜନାରେ ଏସ୍‌ଏଚ୍‌ଜିଙ୍କ ଯୋଗଦାନ ଓ କାର୍ଯ୍ୟ ବୃଦ୍ଧି ହୋଇଥିବାରୁ କଣ୍ଟ୍ରାକ୍ଟର ମୁକ୍ତ ହେବା ସହ ଗୋଷ୍ଠୀ କଣ୍ଟ୍ରାକ୍ଟର ବ୍ୟବସ୍ଥାର ଉନ୍ନତି ଅଣିବା ନିମନ୍ତେ ବିଭାଗ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାମ କରୁଛନ୍ତି। ସହରାଞ୍ଚଳ ପରିଚାଳନା ସଂସ୍ଥା ଏସଏଚ୍‌ଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ଦେବ। ଏସ୍‌ଏଚ୍‌ଜି କଣ୍ଟ୍ରାକ୍ଟରଙ୍କୁ ଯେପରି କେହି ଠକି ନ ପାରିବେ ଓ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯିବ। ଏଥିପାଇଁ ୯ଟି କ୍ଲଷ୍ଟରରେ ୧୧୫ଟି ପୌରାଞ୍ଚଳରେ ନିୟମିତ ଭାବେ ଏହି ତାଲିମ ପ୍ରଦାନ କରାଯିବ। ତାଲିମ ପରେ ମଧ୍ୟ ଆସେସମେଣ୍ଟ କରାଯାଇ ଗୋଷ୍ଠୀଗୁଡ଼ିକ ଦକ୍ଷତା ବୃଦ୍ଧ କରାଯିବ। ଏହି ସହରୀ କର୍ମ ନିଯୁକ୍ତି ଯୋଜନାରେ ଏବେସୁଦ୍ଧା ୭ଲକ୍ଷ ସହରୀ ଗରିବ ଓ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ନଗରଉନ୍ନୟନ ବିଭାଗ ଯୁଗ୍ମ ସଚିବ ସୁଡା ନିର୍ଦ୍ଦେଶକ ତଥା ମୁକ୍ତା ଯୋଜନା ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.