banner
Breaking

ରାଜଧାନୀରେ ପୁଣି ହତ୍ଯା।

0

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଆଜି ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ବସ୍ତିରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ତ୍ରୀ ମାମିନାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ ରଙ୍ଗଲାଲ ପୂର୍ତ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି।

Khansweb Solution Bhubaneswar

Leave A Reply

Your email address will not be published.