banner
Breaking

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ କ°ଗ୍ରେସର ପାର୍ଥୀ ଘୋଷଣା।

0

ଭୋପାଳ,୧୧।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଉପନିର୍ବାଚନର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କଂଗ୍ରେସ କିନ୍ତୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲାଣି । ରାୱେର ଆସନ ପାଇଁ ପ୍ରେମଚନ୍ଦ ଗୁଡ୍ଡୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଗରରୁ ବିପିନ ୱାନଖେଡଙ୍କୁ ଟିକେଟ ମିଳିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନ ରହିଛି । ରାଜ୍ୟରେ ୨୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ୨୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟିକୁ ୯ ଆସନରେ ବିଜୟ ଲାଭ କରିବା ଦରକାର । ଯଦି ଭାଜପା ୯ଟି ଆସନରେ ବିଜୟ ଲାଭ କଲା ତେବେ ସେ ୧୧୬ ବହୁମତ ହାସଲ କରିନେବ । ଏବେ ଭାଜପା ନିକଟରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି । ଏପଟେ କଂଗ୍ରେସ ନିକଟରେ ୭୨ ବିଧାୟକଙ୍କ ସମର୍ଥନ ରହିଛି । ଏବେ କଂଗ୍ରେସ ଯେଉଁ ୧୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ସେଥିମଧ୍ୟରୁ ୯ଟି ଆସନ ଏସ୍‌ସି(ସିଡ୍ୟୁଲଡ କାଷ୍ଟ)ଙ୍କ ପାଇଁ ସଂରକ୍ଷିତ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.