banner
Breaking

କିଛି କହିବାର ଯଦି ଅଛି ମୋତେ କୁହନ୍ତୁ, ଦେଶର ସେନାକୁ ନୁହେଁ: ମୋଦି

0

ନୂଆଦିଲ୍ଲୀ: ଯଦି କିଛି କହିବାର ଅଛି ମୋତେ କୁହନ୍ତି, ଦେଶର ସେନାକୁ ନୁହେଁ। ସର୍ଜିକାଲ ଷ୍ଟ୍ରାଇକକୁ ମିଛ କହୁଥିବା ଲୋକଙ୍କୁ ଦେଶ ସହଜରେ ଛାଡ଼ିବ ନାହିଁ। ଲୋକସଭାରେ ଶୁକ୍ରବାର ବିରୋଧୀ ଦଳ ଓ ତେଲୁଗୁ ଦେଶମ୍‌ ପାର୍ଟି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ମୋଦି ଏହି ଜବାବ ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ୩ୟ ଦିବସରେ ଲୋକସଭାରେ ମୋଦି କହିଛନ୍ତି, କଂଗ୍ରେସ ପାଣିରେ ବୁଡ଼ି ସାରିଛି। ତା’ ସହିତ ଯିଏ ସିଏ ବୁଡ଼ିବ। ଆମେ ଚୌକିଦାର, ଭାଗିଦାର କିନ୍ତୁ ଠିକାଦାର ନୋହୁଁ। ଆମେ ଗରୀବ, ଚାଷୀ ଓ ଯୁବଗୋଷ୍ଠୀଙ୍କ ସ୍ୱପ୍ନର ଭାଗିଦାରୀ ଅଟୁ। ରାହୁଲଙ୍କ ଆଖି ମାରିବା ନେଇ ମୋଦି କହିଛନ୍ତି, ଆଜି ଏହି ଆଖି ମରା ଘଟଣା ସମଗ୍ର ଭାରତ ଦେଖିଛି। ରାହୁଲଙ୍କୁ ସେ କହିଛନ୍ତି, ଆପଣ ନାମ କରିଛନ୍ତି, ଆମେ କାମ କରିଛୁ।

ମୋଦି କହିଛନ୍ତି, କଂଗ୍ରେସ ଅର୍ଥ ବ୍ୟବସ୍ଥାକୁ ଛାରଖାର କରିଦେଇଛି। ବର୍ଷ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବ୍ୟାଙ୍କ ଲୁଟିଛି। ସ୍ୱାଧୀନତା ପ୍ରାପ୍ତିର ୬୦ ବର୍ଷ ପର୍ଯ୍ୟନ୍ତ ଆମ ଦେଶର ବ୍ୟାଙ୍କମାନେ ଋଣ ଭାବେ ଯେଉଁ ରାଶି ଦେଇଛନ୍ତି, ଏହା ୧୮ ଲକ୍ଷ କୋଟି ଟଙ୍କା ଥିଲ କିନ୍ତୁ ୨୦୦୮ରୁ ୨୦୧୪ ମଧ୍ୟରେ ଏହି ରାଶି ୧୮ ଲକ୍ଷ ରୁ ୫୨ କୋଟି ଟଙ୍କା ହୋଇ ଯାଇଛି। ମୋଦି କହିଛନ୍ତି, ଆନ୍ଧ୍ରପ୍ରଦେଶର ଲୋକଙ୍କୁ ଆମର ଚିନ୍ତି ଅଛି। ଟିଡିପି ନିଜକୁ ବଞ୍ଚାଇବା ପାଇଁ ଆମ ଠାରୁ ୟୁ-ଟର୍ଣ୍ଣ ନେଇଛି। ଚନ୍ଦ୍ରବାବୁ ନାଇଡୁ ଓ୍ଵାଇଏସଆର ଜାଲରେ ଫସିଯାଇଛି। ମୋଦି କହିଛନ୍ତି କଂଗ୍ରେସ ଯୋଗୁଁ ତେଲେଙ୍ଗାନା ବିବାଦ ଦେଖାଯାଇଛି। ସେହିଭଳି ଭାରତ ଓ ପାକସ୍ତାନକୁ କଂଗ୍ରେସ ବିଭାଜନ କରିଛି।

୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛୁ । ଉଜାଲା ଯୋଜନାରେ ସବୁ ଘରକୁ ଗ୍ୟାସ ସଂଯୋଗ ଦିଆଯାଇଛି । ଏସବୁ ଯୋଜନା ଉପରେ ଏମାନଙ୍କ ବିଶ୍ୱାସ ନାହିଁ । ମୁଦ୍ରାଯୋଜନାରେ ୧୩ କୋଟି ଯୁବକଯୁବତୀଙ୍କ ମୁଦ୍ରାଋଣ ଦିଆଯାଇଛି ଓ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଦେଶରେ ଏବେ ମୋବାଇଲ ତିଆରି କମ୍ପାନି ସଂଖ୍ୟା ୧୨୦ ସଂଖ୍ୟାରେ ପହଞ୍ଚିଛି । ଇଜ ଅଫ ଡୁଇଙ୍ଗ ବିଜନେସରେ ଭାରତର ସ୍ଥାନରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ଜିଏସଟି ମାଧ୍ୟମରେ ଆର୍ଥିକ ସଂସ୍କାର ଅଣାଯାଇଛି । ଭାରତ ଏବେ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଏହା ଆମ ଦେଶର ଲୋକମାନଙ୍କ କ୍ରେଡିଟ । କିନ୍ତୁ ବିରୋଧୀ ଦଳେ ଲୋକମାନଙ୍କୁ ବି ବିଶ୍ୱାସ କରୁନାହାନ୍ତି । ଏବେ ଭାରତର ବିକାଶ ଉପରେ ଦେଶବାସୀଙ୍କ ଭରଷା ଅଛି, ବିଶ୍ୱର ଭରଷା ଅଛି, କିନ୍ତୁ ବିରୋଧୀ ଦଳର ଭରଷା ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.