ନୂଆଦିଲ୍ଲୀ,୨୮/୬(ବ୍ୟୁରୋ):ଅନଲକ୍ ୧ ଓ ଚୀନ୍ ସହ ଚାଲିଥିବା ତିକ୍ତତା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୧ଟା ସମୟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ। ଆଶା କରାଯାଏ ଯେ ଏହି ସମୟ ମଧ୍ୟରେ ଚୀନ୍ ସହିତ ଚାଲିଥିବା ବିବାଦ ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ଦ୍ୱାରା ଗ୍ରହଣ କରାଯାଉଥିବା ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ସେ ସାଧାରଣ ଜନତାଙ୍କ ସମ୍ମୁଖରେ ନିଜର ସ୍ଥିତି ଉପସ୍ଥାପନ କରିପାରନ୍ତି।
ଏଥି ସହିତ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ମଧ୍ୟ ପ୍ରଦାନ କରିପାରନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ୟ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୯, ଏପ୍ରିଲ ୨୬ ଓ ମେ’ ମାସ ୩୧ ତାରିଖରେ ରେ ମନ୍ କୀ ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।




