banner
Breaking

ବିଶ୍ଵର ସର୍ବବୃହତ ରିଭର କ୍ରୁଜ ଉଦଘାଟନ କଲେ ମୋଦି

0

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ-ଦିବ୍ରୁଗଡ ମଧ୍ୟରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ରିଭର କ୍ରୁଜ୍‌ ଏମଭି ଗଙ୍ଗା ବିଳାସକୁ ଶୁକ୍ରାବର ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏସ ସୋନୋୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ଭର୍ଚୁଆଲ ଇଭେଣ୍ଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ଏଚବି ସରମା ଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ ପରେ କହିଛନ୍ତି, ‘ରିଭର କ୍ରୁଜ ଗଙ୍ଗା ବିଳାସ’ ଆରମ୍ଭ କରାଯାଇଛି। ଗଙ୍ଗା ନଦୀ କେବଳ ଆମ ପାଇଁ ଏକ ଜଳଧାରା ନୁହେଁ, ବରଂ ପ୍ରାଚୀନ କାଳରୁ ତପ-ତପସ୍ବୀଙ୍କ ସାକ୍ଷୀ ରହିଆସିଛି। ଗଙ୍ଗା ସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା ଏବଂ ଆମେ ନୂତନ ଚିନ୍ତାଧାରା ସହିତ କାମ କରିବା ଆରମ୍ଭ କରିଥିଲୁ। ଗୋଟିଏ ପଟେ ନମାମି ଗଙ୍ଗା ମାଧ୍ୟମରେ ଗଙ୍ଗାର ସ୍ବଚ୍ଛତା ପାଇଁ କାମ କରିଥିଲୁ। ଏହି କ୍ରୁଜ ୟୁପି, ବିହାର, ଆସାମ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଗସ୍ତ ସମୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇବ। ପ୍ରଥମ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ମୁଁ ବିଶେଷ ଅଭିନନ୍ଦନ ଜଣାଉଛି।
‘ଏମ୍‌ଭି ଗଙ୍ଗା ବିଲାସ’ କ୍ରୁଜରେ ୩୬ ପର୍ଯ୍ୟଟକ ଯିବାର କ୍ଷମତା ରହିଛି। କ୍ରୁଜରେ ପଞ୍ଚତାରକା ହୋଟେଲ ଭଳି ସୁବିଧା ରହିଛି। ଏଥିରେ ଜିମ, ସ୍ପା ସେଣ୍ଟର୍‌, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ଜିନିଷ ଅଛି। ଏହି କ୍ରୁଜ୍‌ ଭାରତରେ ନିର୍ମାଣ କରାଯାଇଛି। ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉ ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି। ଏହା ୫୧ ଦିନରେ ୩,୨୦୦ କିମି ଯାତ୍ରା କରିପାରିବ। ପ୍ରଥମ ଦଫାରେ ୩୨ ଜଣ ସ୍ବିଜରଲାଣ୍ଡ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ। ଏହା ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ।

Khansweb Solution Bhubaneswar

Leave A Reply

Your email address will not be published.