banner
Breaking

ମା ଙ୍କୁ ଶେଷ ଦର୍ଶନ କଲେ ମୋଦି

0

ଅହମ୍ମଦାବାଦ୍‌,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍‌ରେ ପହଞ୍ଚି ମା’ଙ୍କୁ ଶେଷ ଦର୍ଶନ କରିଛନ୍ତି। ଏବେ ହୀରାବେନ୍‌ଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କ ପାର୍ଥିବ ଶରୀରରେ କାନ୍ଧ ଦେଇଛନ୍ତି ମୋଦି। ଗାନ୍ଧିନଗର ସେକ୍ଟରସ୍ଥିତ ଶ୍ମଶାନଘାଟରେ ହୀରାବେନ୍‌ଙ୍କ ଅନ୍ତିମସତ୍କାର କରାଯିବ।
ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ହଠାତ୍‌ ନିଶ୍ୱାସ ନେବାରେ ଅସୁବିଧା ଏବଂ କଫ ସମସ୍ୟା ଦେଖାଦେବା ପରେ ତାଙ୍କୁ ଶୀଘ୍ର ଅହମ୍ମଦାବାଦସ୍ଥିତ ୟୁଏନ୍‌ ମେହେଟ୍ଟା ହସ୍ପିଟାଲର କାର୍ଡିଓଲୋଜି ଏବଂ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.