banner
Breaking

୪ର୍ଥ ପର୍ଯ୍ୟାୟ ଲକଡାଉନ୍ ଗଡ଼ିବ ନୂତନ ଭାରତ, ହାରିବା ଶିଖିନି ଭାରତ,ଆମକୁ ସ୍ବାବଲମ୍ବୀ ହେବାକୁ ପଡିବ-ମୋଦି

0

ନୂଆଦିଲ୍ଲୀ,୧୨/୫(ଓଡ଼ିଆ ନ୍ୟୁଜ) : ଆଜି ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋର୍ଦ୍ଧିତ କରିଛନ୍ତି । ଏହି ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ସୂଚେଇ ଦେଇଛନ୍ତି, ତୃତୀୟ ପର୍ଯ୍ୟାୟ ଲକ ଡାଉନ ପରେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ହେବ । ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ’ ୧୭ରେ ଶେଷ ହେବାର ଥିଲା । ହେଲେ ମେ ୧୭ ପରେ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହେବ । ଏହା ତୃତୀୟ ପର୍ଯ୍ୟାୟ ଲକ ଡାଉନ ଅବଧି ଶେଷ ହେବା ପୂର୍ବରୁ କେତେ ଦିନ ପାଇଁ କରାଯିବ ତାହା ଜଣାଇ ଦିଆଯିବ । ଏହି ୪ର୍ଥ ପର୍ଯ୍ୟାୟ ଲକ ଡାଉନ ସଂପୂର୍ଣ୍ଣ ଭିନ୍ନ ଧରଣର ହେବ।ନୂତନ ଭାରତ ଗଢିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ସୋମବାର ହୋଇଥିବା ଭିଡିଓ କନଫରେନ୍ସିଂ ଆଲୋଚନା ପରେ ସେ ଏ ପ୍ରକାର ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ତେବେ ଆଲୋଚନା ପରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ସେ ଲକ ଡାଉନ ବୃଦ୍ଧି ନେଇ ଲିଖିତ ପ୍ରସ୍ତାବ ମାଗିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦୀର୍ଘ ୪ ମାସ ଧରି ଭାରତବାସୀ ଅନେକ କଷ୍ଟ ସହିଲେଣି । ସାମାନ୍ୟ କରୋନା ପାଇଁ ଏବେ କୋଟି କୋଟି ଜୀବନ ବିପଦ ମୁହଁରେ ଠିଆ ହୋଇଛି । ଏବେ ବିଶ୍ୱରେ ୪୨ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆତ୍ମ ନିର୍ଭରଶୀଳ ଭାରତ ସଂକଟକୁ ସୁଯୋଗରେ ବଦଳାଇ ଦେଇଛି ବୋଲି ମୋଦି କହିଛନ୍ତି । ୪ ମାସ ହେଲାଣି ଦେଶ କରୋନା ସହ ଲଢେଇ କରୁଛି ଆଉ ସାରା ଦୁନିଆ ଜୀବନ ବଂଚାଇବାକୁ ଯୁଦ୍ଧ କରୁଛି । ହେଲେ ସବୁ ପରିସ୍ଥିତିରେ ବି ଆମେ ବଂଚିବା ଆଉ ଆଗକୁ ବଢିବା । ଆମେ ଆଗକୁ କେବେ ବି ଏଭଳି ସ୍ଥିତି ଦେଖି ନଥିଲୁ କି ଶୁଣି ନଥିଲୁ । ଗୋଟିଏ ଭାଇରସ ସାରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି କି ପଛେଇ ଯିବାନି । ଆମକୁ ବଂଚିବାକୁ ପଡିବ ଏବଂ ଆଗକୁ ବଢିବାକୁ ପଡିବ ବୋଲି ମୋଦି କହିଛନ୍ତି । ହାରିବା, ଭାଙ୍ଗିପଡିବା, ନିରାଶ ହେବା ଆମ ଜାତକରେ ନାହିଁ । କରୋନା ପୂର୍ବରୁ ଗୋଟିଏ ବି ପିପିଇ କିଟ୍ ଦେଶରେ ତିଆରି ହେଉ ନଥିଲା । ଖୁବ୍ କମ୍ ସଂଖ୍ୟକ ଏନ-୯୫ ମାସ୍କ ଆମ ଦେଶରେ ଥିଲା । ହେଲେ ଆଜି ଦୈନିକ ୨ ଲକ୍ଷ ପିପିଇ କିଟ୍‌ ଓ ୨ ଲକ୍ଷ ଏନ୍‌-୯୫ ମାସ୍କ ତିଆରି ହେଉଛି। ତେଣୁ ଜଣାପଡ଼ୁଛି ଭାରତ ଆତ୍ମନିର୍ଭରଶୀଳ ହୋଇପାରେ।
ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିବା ସହ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ର ବି ଆରମ୍ଭ କଲେ ମୋଦି । ତେବେ ଆର୍ଥିକ ପ୍ୟାକେଜରେ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଯାହା ଭାରତ ଅର୍ଥନୀତି ଜିଡିପି ର ୧୦ ପ୍ରତିଶତ । ୨୦୨୦ରେ ୨୦ ଲକ୍ଷ କୋଟିର ପ୍ୟାକେଜ ଭାରତକୁ ସଶକ୍ତ କରିବ । ଯାହା ଆତ୍ମ ନିର୍ଭରଶୀଳତା ଆତ୍ମବିଶ୍ୱାସ ଓ ଦୃଢତା ଦ୍ୱାରା ହିଁ ସମ୍ଭବ ।
କରୋନା ମାଡ଼ରେ ଦୋହଲିଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ସହାୟତା ଦେଶର ମୋଟ ଘରୋଇ ଉତ୍ପାଦନର ପ୍ରାୟ ୧୦ ପ୍ରତିଶତ। ଏହି ଅର୍ଥ ଦେଶର କ୍ଷୁଦ୍ର ଓ କୁଟୀର ଶିଳ୍ପ କ୍ଷେତ୍ର, ଘରୋଇ ଉଦ୍ୟୋଗକୁ ବଳ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିଭଳି ଗରିବ, ମଧ୍ୟବିତ୍ତ, କୃଷକ ଓ ଦେଶାନ୍ତର ଶ୍ରମିକଙ୍କୁ ଏହା ଆତ୍ମନିର୍ଭରଶୀଳ କରାଇବ। ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ୍ ବଡ଼ ଭୂମିକା ରଖିବ ବୋଲି ମୋଦି କହିଛନ୍ତି। ସେହିଭଳି ଆଞ୍ଚଳିକ ସ୍ତରରେ ଉତ୍ପାଦନ ଓ ଆଞ୍ଚଳିକ ସ୍ତରରେ ଆତ୍ମନିର୍ଭଶୀଳତା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆଞ୍ଚଳିକାତ ଆମ ମନ୍ତ୍ର ହେବା ଦରକାର। ଏବଂ ଏଥିପ୍ରତି ଜନ ସମର୍ଥନତା ବଢ଼ିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଓ ଲକଡାଉନ୍ ଭଳି ଦୁର୍ଯୋଗକୁ ସୁଯୋଗରେ ପରିବର୍ତ୍ତିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ତେବେ ଆଜି ଘୋଷଣା କରିଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜର ବିସ୍ତୃତ ରୂପରେଖ ସମ୍ପର୍କରେ ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.