banner
Breaking

ଦେଶ ମହାମାରୀ ସହ ଏକତ୍ରିତ ହୋଇ ଲଢେ଼ଇ କରୁଛି- ମୋଦି

0

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଭାରତବାସୀ ଏକଜୁଟ ହୋଇ ଲଢ଼େଇ ଜାରି ରଖି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କରୋନା ଲଢ଼େଇରେ ଦେଶର ମାନବ ଶକ୍ତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ସମସ୍ତଙ୍କ ଉଦ୍ୟମ ଯୋଗୁ ଗତ ୧୦୦ ବର୍ଷ ମଧ୍ୟରେ ଭାରତ ସବୁଠାରୁ ବଡ ମହାମାରୀ ସହ ମୁକାବିଲା କରିବା ଜାରି ରଖିଛି। ବର୍ଷର ଶେଷ ତଥା ୮୪ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଭଳି କହିଛନ୍ତିି।

ଦେଶ ସ୍ବାଧିନତାର ୭୫ ତମ ବର୍ଷ ପୂରଣ ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି। ତେଣୁ ସଭିଏଁ ନୂତନ ବର୍ଷକୁ ନୂଆ କରି ଗଢ଼ି ତୋଳିବା ଲାଗି ଏକ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଦେଶରେ ଆରମ୍ଭ ହୋଇଛି। ଏନେଇ ସତର୍କ ରହିବା ଆବଶ୍ୟକ। ଓମିକ୍ରନ୍‌ ଭାରିଆଣ୍ଟ୍‌ ନେଇ ଆମର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।

ସେ କହିଛନ୍ତି ଯେ କରୋନାର ଏହି ନୂଆ ଭାରିଆଣ୍ଟର ମୁକାବିଲା କ୍ଷେତ୍ରରେ ଆତ୍ମ-ସଚେତନତା ଏବଂ ଅନୁଶାସନ ଏକ ମହାନ ଶକ୍ତି ଭାବେ ଉଭା ହୋଇଛି। କେବଳ ଆମର ସାମୂହିକ ଶକ୍ତି କରୋନାକୁ ପରାସ୍ତ କରିବାକୁ ସକ୍ଷମ ହେବ। ଏହି ଦାୟିତ୍ୱ ସହିତ ଆମକୁ ନୂଆ ବର୍ଷ ୨୦୨୨ରେ ପାଦ ଦେବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ କଷ୍ଟ ସମୟରେ ଆମେ ପରିବାର ପରି ପରସ୍ପର ପାଖରେ ଛିଡା ହୋଇଛୁ। ଇତିମଧ୍ୟରେ ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ୧୪୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କର ନିଜସ୍ବ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.