banner
Breaking

ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି।

0

ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରେ ମୋଦି କହିଛନ୍ତି ଖାଦ କାରଖାନା ଓ ଏମ୍ସକୁ ଉତ୍ତର ପ୍ରଦେଶବାସୀ ଉତ୍ସୁକତାର ସହ ଚାହିଁ ରହିଥିଲେ । ତେବେ ଗୋରଖପୁରରେ ଫର୍ଟିଲାଇଜର ପ୍ଲାଣ୍ଟ ଓ ଏମ୍ସ ଆରମ୍ଭ ହେବାର ସଙ୍କେତ ଦିଆଯାଇଥିଲା । ମୋଦି କହିଛନ୍ତି ଯଦି ଡବଳ ଇଞ୍ଜିତ ସରକାର ହେବ ଡବଲ ଭାବେ କାମ ଆଗକୁ ଆଗେଇବ । ଯେତେବେଳେ ମନ ଦେଇ କାମ କରାଯାଏ ସେତେବେଳେ ବିପର୍ଯ୍ୟୟ ବି ଆପଣାଛାଏଁ ଘୁଞ୍ଚି ଯାଇଥାଏ । ଏହି ଅବସରରେ ମୋଦି ସମାଜବାଦୀ ପାର୍ଟି ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଲାଲ ଟୋପି ବାଲା କେବଳ ଶାସନ ଭାର ନେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଏମାନେ ହେଉଛନ୍ତି ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ । ଅଖିଳେଶଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଲାଲ ଟୋପି ବାଲାଙ୍କର ଲାଲବତୀ ଉପରେ ସବୁବେଳେ ନଜର । ତାଙ୍କୁ ଅପାଣଙ୍କ ଦୁଃଖ, ଅସୁବିଧା ସହ କୌଣସି ସମ୍ପର୍କ ନାହିଁ । ଲାଲ ଟୋପି ବାଲାଙ୍କୁ କେବଳ ଗାଦି ଦରକାର । ଅବୈଧ ଭାବେ କବଜା କରିବା, ନିଜ ଟ୍ରେଜେରି ଭରିବା, ଆତଙ୍କବାଦୀଙ୍କୁ ସହଯୋଗ କରିବା ପାଇଁ ଶାସନ ଗାଦି ଦରକାର । ମୋଦି କହିଛନ୍ତି ପୂର୍ବ ସରକାର ସମୟରେ ୟୁରିୟା ପାଇଁ ଲାଇନ୍ ଲଗାଇବାକୁ ପଡୁଥିଲା । ଆମେ ୟୁରିୟାର ଉତ୍ପାଦନ ବଢାଇଲୁ । ଯେଭଳି ଭାବେ ଭଗିରଥ ଗଙ୍ଗାକୁ ନେଇ ଆସିଥିଲେ ଆମେ ସେହିପରି ଏହି ଫର୍ଟିଲାଇଜର ପର୍ଯ୍ୟନ୍ତ ଇନ୍ଧନ ପହଞ୍ଚାଇବାକୁ ଉର୍ଜା ଗଙ୍ଗା ନେଇ ଆସିଛୁ ।

Khansweb Solution Bhubaneswar

Leave A Reply

Your email address will not be published.