banner
Breaking

ତିନୋଟି ପ୍ରକଳ୍ପର ଉଦଘାଟନ କରିବେ ମୋଦି

0

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁପି ଗସ୍ତ କରିବେ । ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ମୋଦି । ୟୁପିର ଗୋରଖପୁର ଜିଲାରେ ଏମ୍ସ ସାର କାରଖାନା ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଏ ସମସ୍ତ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ହୋଇଛି । ଗୋରଖପୁରରେ ଏମ୍ସ କେବଳ ଜିଲାବାସୀଙ୍କୁ ନୁହେଁ ବରଂ ପଡୋଶୀ ବିହାର ଓ ନେପାଳବାସୀଙ୍କୁ ମଧ୍ୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବ । ୧ ହଜାର କୋଟି ଟଙ୍କାରେ ଏମ୍ସ ନିର୍ମାଣ ହୋଇଛି । ୨୦୧୬ ଜୁଲାଇ ୨୨ରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଏହା ନିର୍ମିତ ହୋଇଛି । ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ଏମ୍ସରେ ୩୦୦ ଶଯ୍ୟା, ମେଡିକାଲ କଲେଜ, ନର୍ସିଂ କଲେଜ, ଆୟୁଷ ଡାକ୍ତରଙ୍କ ପାଇଁ ଗୃହ, ପିଜି ଓ ୟୁଜି ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.