banner
Breaking

ଆଜି ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ।

0

ନୂଆଦିଲ୍ଲୀ,୧/୨ : ଶନିବାର କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‍ ଆଗତ କରିବେ। ଶୁକ୍ରବାରଠାରୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏନ୍‍ଡିଏ ନେତୃତ୍ୱାଧୀନ ମୋଦୀ ୨.୦ ସରକାରଙ୍କ ଚଳିତ କାର୍ଯ୍ୟକାଳରେ ଏହା ହେଉଛି ପୂର୍ଣ୍ଣ ବଜେଟ୍‍। ସରକାର ଗଢିବାର ୭ମାସ ମଧ୍ୟରେ ନୀତି ନିର୍ଦ୍ଧାରଣ ଏବଂ ଆର୍ଥିକ ସ୍ଥିତିକୁ ସଜାଡିବା କ୍ଷେତ୍ରରେ ​ମୋଦୀ ସରକାରଙ୍କ ପାଇଁ ଏହାକୁ ଦ୍ବିତୀୟ ସୁଯୋଗ କୁହାଯାଇପାରେ। ସମ୍ପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦା​‌ରେ ବୃଦ୍ଧି ଉପରେ ଅଧିକ ଗୁରୁତ୍ବ ଦେବେ। ଏହାଛଡା ନିର୍ମଳା ବଜେଟ୍‌ରେ କେତେକ କ୍ଷେତ୍ରରେ ଟିକସ ହ୍ରାସ ଉପ​ରେ ଜୋର ଦେବା ଅନୁମାନ କରାଯାଉଛି। ଶନିବାର ସ୍ଥାନୀୟ ସମୟ ସକାଳ ୧୧ ଟାରେ ଅର୍ଥମନ୍ତ୍ରୀ ସଂସଦରେ ବ‌େ‌ଜଟ୍‌ ଆଗତ କରିବେ। କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଏଥର ବିତ୍ତୀୟ ନିଅଣ୍ଟ କ୍ଷେତ୍ରରେ ରଖିଥିବା ଧାର୍ଯ୍ୟଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ ଦେବେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.