banner
Breaking

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଧନ୍ୟବାଦ ଜଣାଇଲେ ମୋଦି।

0

ନୂଆଦିଲ୍ଲୀ,୨।୫: ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ଅନ୍ୟ ରାଜ୍ୟର ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି କ୍ରମରେ ମମତା ବାନାର୍ଜୀଙ୍କୁ ବିଶେଷ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି – ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପାଇଁ ମମତା ବାନାର୍ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା। କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ସମସ୍ତ ସହାୟତା ପାଇବ। ଏହାସହ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଲେଖିଛନ୍ତି- ଆମ ପାର୍ଟିକୁ ଆଶୀର୍ବାଦ ଦେଇଥିବାରୁ ମୁଁ ପଶ୍ଚିମବଙ୍ଗର ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେଉଛି। ଭାଜପା ରାଜ୍ୟବାସୀଙ୍କ ସେବା ଜାରି ରଖିବ। ନିର୍ବାଚନରେ କରାଯାଇଥିବା ଅକ୍ଲାନ୍ତ ପରିଶ୍ରମ ପାଇଁ ମୁଁ ପ୍ରତ୍ୟେକ ଦଳର କର୍ମୀଙ୍କୁ ଧନ୍ୟବାଦ ଦେଉଛି।

ଏହା ବ୍ୟତୀତ କେରଳ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି- କରୋନା ମହାମାରୀ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆମେ କାର୍ଯ୍ୟ ଜାରି ରଖିବୁ। ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ଆମ ଦଳର କର୍ମୀମାନେ ରାଜ୍ୟବାସୀଙ୍କ ସେବା ଜାରି ରଖିବେ।

ତାମିଲନାଡୁରେ ଡିଏମକେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଲିନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ମିଳିତ ଭାବେ ଆମେ ଦେଶର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବୁ। ଏଥି ସହିତ ମୋଦି କହିଛନ୍ତି ଯେ ଆମକୁ ପୁନର୍ବାର ଚୟନ କରିଥିବାରୁ ଆସାମବାସୀଙ୍କୁ ଧନ୍ୟବାଦ ଦେଉଛି।

Khansweb Solution Bhubaneswar

Leave A Reply

Your email address will not be published.