banner
Breaking

ମୋଦିଙ୍କ ଭାଷଣ ବେଳେ ଟଳି ପଡିଲେ ମହିଳା।

0

କୋଲକାତା,୬।୪: ପଶ୍ଚିମବଙ୍ଗ କୁଚବିହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗସ୍ତ କରିଛନ୍ତି। କୁଚବିହାରରେ ପହଞ୍ଚି ମୋଦି ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧିତ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ମୋଦିଙ୍କ ଭାଷଣ ସମୟରେ ଭୀଷଣ ଗରମ ଯୋଗୁ ଜଣେ ବୃଦ୍ଧା ଅଚେତ ହୋଇପଡ଼ିଥିଲେ। ଏହାକୁ ଦେଖି ମୋଦି ଚିନ୍ତା ପ୍ରକାଶ କରିବା ସହ ଅଧାରୁ ନିଜ ଭାଷଣ ବନ୍ଦ କରିଦେଇଥିଲେ। ଏଥିସହ ଉକ୍ତ ବୃଦ୍ଧାଙ୍କୁ ପାଣି ପିଆଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ନିଜ ଡାକ୍ତରୀ ଟିମ୍‌କୁ ମଧ୍ୟ ଉକ୍ତ ବୃଦ୍ଧାଙ୍କ ଯାଞ୍ଚ ପାଇଁ ପଠାଇଥିଲେ। ମୋଦିଙ୍କ ଏଭଳି କାର୍ଯ୍ୟ ପାଇଁ ସେଠାକାର ଜନତା ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.