banner
Breaking

ଆମେରିକାରେ ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗାକୁ ନିନ୍ଦା କଲେ ମୋଦି

0

ନୂଆଦିଲ୍ଲୀ,୩୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ଦୋହରାଇଥିଲେ କି ୨୨ ଜାନୁୟାରୀକୁ କୃଷକଙ୍କୁ ଦିଆଯାଇଥିବା ସରକାରୀ ପ୍ରସ୍ତାବ ଆଜିବି କାଏମ ରହିଛି । ତେଣୁ କୃଷକ ଆନ୍ଦୋଳନର ସମାଧାନ କେବଳ କଥାବାର୍ତ୍ତା ପରେ ହିଁ ବାହାରି ପାରିବ । ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କୁ ଯାହା କହିଥିଲେ ଆମେ ଏହାକୁ ଦୋହରାଇବାକୁ ଚାହୁଁଛୁ । କାରଣ କଥା ସହମତି ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ । ଆମେ ଆପଣ (କୃଷକ) ଙ୍କୁ ପ୍ରସ୍ତାବ ଦେଉଛୁ ଆପଣ ଏହାକୁ ବିଚାର ବିମର୍ଷ କରିପାରନ୍ତି । ମୁଁ କେବଳ ଗୋଟିଏ ଫୋନ କଲ ଦୂରରେ ରହିଛି । ସରକାରଙ୍କ ପ୍ରସ୍ତାବ ଆଜିବି ତାହା ରହିଛି । ବୈଠକରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ତ୍ରୁଣମୂଳ କଂଗ୍ରେସର ସୁଦିପ ବନ୍ଦୋପାଧ୍ୟାୟ, ଶିବସେନା ଏମ୍‌ପି ବିନାୟକ ରାଉତ ଓ ଶିରୋମଣି ଅକାଳି ଦଳର ବଲବିନ୍ଦର ସିଂ ଭଣ୍ଡାରେ କୃଷକ ଆନ୍ଦୋଳନକୁ ନେଇ କଥା ହୋଇଥିଲେ । ଜନତା ଦଳ ୟୁନାଇଟେଡର ଏମ୍‌ପି ଆର୍‌ସିପି ସିଂ କୃଷି ଆଇନକୁ ସମର୍ଥନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.