ଅହମଦାବାଦ,୩୧।୧୦: ପୁଲଓ୍ବାମା ଆତଙ୍କବାଦୀ ଘଟଣା ନେଇ ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ ଟୁଇଟ୍ କରି ଶନିବାର କହିଛନ୍ତି ଯେ, ସେନା ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କିଛି ରାଜନୈତିକ ଦଳ ନିଜର ସ୍ବାର୍ଥ ରାଜନୀତି କରିବା ଆରମ୍ଭ କରିଥିଲେ। ସେନାର ମନୋବଳ ବଢ଼ାଇବା ଜରୁରୀ ହୋଇଥିବାବେଳେ ଦେଶର ଜନସାଧାରଣଙ୍କୁ ଭ୍ରମାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ତେବେ ପଡ଼ୋଶୀ ଦେଶ ପାକିସ୍ତାନର ସ୍ବୀକାରୋକ୍ତି ପରେ ଏବେ ସତର ପର୍ଦ୍ଦାଫାଶ୍ ହୋଇଛି। ସେ ରାହୁଲ ଗାନ୍ଧୀ ଅବା କଂଗ୍ରେସର ନାମ ନ ନେଇ କହିଛନ୍ତି ଯେ, ଦେଶର ସଙ୍କଟ ସମୟରେ କିଛି ଦଳ ଏବଂ କେତେକ ଲୋକ ନିଜର ସ୍ବାର୍ଥ ପୂରଣ ପାଇଁ ପ୍ରୟାସ ହିଁ କରିଥାନ୍ତି। ଏବେ ମୋଦିଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।




