banner
Breaking

ଏକ୍ସନମୋବିଲର ନେକ୍ସଟ ଜେନେରେସନ ମୋବିଲ୍ ୧ଇଞ୍ଜିନ ଅଏଲ୍ ଚାମ୍ପିୟନସିପ ବିଜେତା କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ

0

ଏକ୍ସନମୋବିଲ୍ ଆଜି ଏହାର ଅଲ୍ଟିମେଟ୍ ଫୁଲ୍ ସିନ୍ଥେଟିକ୍ ଇଞ୍ଜିନ୍ ଅଏଲ୍ ମୋବିଲ୍ ୧ ଟ୍ରିପଲ୍ ଆକ୍ସନ ପାୱାର + ର ଶୁଭାରମ୍ଭ କରିଛି । ଏହାକୁ ସ୍ୱତନ୍ତ୍ର ଭାବରେ କାର ମାଲିକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସହାୟତାରେ ସେମାନେ ସେମାନଙ୍କର ଗାଡ଼ିର କ୍ଷମତାକୁ ବୃଦ୍ଧି କରିପାରିବେ ଓ ଏହା ଉତ୍କୃଷ୍ଟ ଇଞ୍ଜିନ କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ପରିଚ୍ଛନ୍ନତା ପ୍ରଦାନ କରେ ଏବଂ ଏହା ମଧ୍ୟ କମ୍ ଇନ୍ଧନ ଖର୍ଚ୍ଚ କରେ ।
“ଆମେ ଆମର ମୋବିଲ୍ ୧ ଇଞ୍ଜିନ୍ ଅଏଲକୁ ଲ୍ୟାବରେ, ରାସ୍ତାରେ ଓ ଟ୍ରାକରେ ପରୀକ୍ଷା କରିଛୁ ଏବଂ ଏହାକୁ ସାରା ବିଶ୍ୱରେ କେତେ ଜଟିଳ, ଅତ୍ୟନ୍ତ କଠିନ ଓ ବାସ୍ତବିକ ଜୀବନ ଅବସ୍ଥାରେ କରାଯାଇଛି” ବୋଲି କହିଛନ୍ତି ବିପିନ୍ ରାନା, ସିଇଓ, ଏକ୍ସନମୋବିଲ୍ ଲୁବ୍ରିକାଂଟସ ପ୍ରାଇଭେଟ୍ ଲିମିଟେଡ୍ ।
“ଫର୍ମୁଲା ୱାନ୍ ହେଉଛି ମୋବିଲ୍ ୧ ଇଞ୍ଜିନ୍ ଅଏଲ୍ ପାଇଁ ଅଲ୍‌ଟିମେଟ୍ ଟେଷ୍ଟ ଗ୍ରାଉଣ୍ଡ ଯାହାକି ଘର୍ଷଣକୁ ହ୍ରାସ କରେ ଓ ଏହା ସହିତ ରେସ୍ କାରର ସମସ୍ତ ମୁଭିଂ ପାର୍ଟକୁ କ୍ଷୟକ୍ଷତିରୁ ସୁରକ୍ଷା ପ୍ରଦାନ କରେ । ମାକ୍ସ ଭୋଷ୍ଟୋପ୍ପେନ ଓ ସର୍ଜିଓ ପେରେଜ୍ ପାଇଁ, ଏହାର ଅର୍ଥ ହେଉଛି ସେମାନଙ୍କ କାରରେ ଅଧିକ ଆତ୍ମବିଶ୍ୱାସ, ତାଙ୍କର ହାତରେ ଅଧିକ ଶକ୍ତି ଓ ଆହୁରି ଅନେକ ସୁଯୋଗ ଲାଭ କରିବାର ସମ୍ଭାବନା । ଫର୍ମୁଲା ୱାନ୍ ଦ୍ୱାରା ଅନୁପ୍ରେରିତ, ଆମେ ଏକ ନୂତନ ରେଞ୍ଜର ମୋବିଲ୍ ୧ ଇଞ୍ଜିନ୍ ଅଏଲ୍‌ର ଶୁଭାରମ୍ଭ କରିଛୁ ଯାହାକୁ କାର ମାଲିକଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି ଯାହାକି ସେମାନଙ୍କର କାରର କ୍ଷମତାକୁ ବୃଦ୍ଧି କରିବାରେ ସହାୟତା କରିବ” ବୋଲି ସେ କହିଛନ୍ତି ।
“ମୋବିଲ୍ ୧ ଫର୍ମୁଲା ୱାନ୍ କାରରେ ଏକ ଆଇକୋନିକ୍ ବ୍ରାଣ୍ଡ ଭାବରେ ୩୦ ବର୍ଷ ଧରି ରହି ଆସିଛି ଓ ଆମର ସହଭାଗୀତା ଆମକୁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରୁଛି ଯାହାକି ଆମକୁ ଏକ୍ସନମୋବିଲର ବିଶ୍ୱ-ଶ୍ରେଣୀୟ ଦକ୍ଷତା ପ୍ରଦାନ କରୁଛି” ବୋଲି କହିଛନ୍ତି ଖ୍ରୀଷ୍ଟିୟାନ ହର୍ଣ୍ଣର, ଓରାକଲ୍ ରେଡ୍‌ବୁଲ୍ ରେସିଂର ଟିମ୍ ପ୍ରିନ୍‌ସିପାଲ୍ ।
“ଆମର ବିଶ୍ୱଚାମ୍ପିୟନ ମାନଙ୍କର ବିଜୟ ଶହ ଶହ ସମର୍ପିତ ପେଶାଦାରଙ୍କ ପ୍ରଚେଷ୍ଟାର ଫଳ ଯେଉଁମାନେ କି ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରୁଛନ୍ତି ଓ ଟିମ କ୍ରମାଗତ ଭାବରେ ରେସ୍ କାରର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି” ବୋଲି ସେ କହିଛନ୍ତି ।
ମୋବିଲ୍ ୧ ଟ୍ରିପଲ୍ ଆକ୍ସନ ପାୱାର + ଏବେ ପ୍ରତିଷ୍ଠିତ ଅଟୋମୋଟିଭ୍ ରିଟେଲର ଓ ୱାର୍କସପରେ ଉପଲବ୍ଧ ଅଟେ ।

Khansweb Solution Bhubaneswar

Leave A Reply

Your email address will not be published.