banner
Breaking

ମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛି

0

ମୋବିଲ୍ ଟିଏମ ଉଦଘାଟନୀ ମୋଟୋଜିପି ଟିଏମ ଭାରତକୁ ଟର୍ବୋ-ପାୱାରିଂ କରୁଛି ଯାହାକୁ ବୁଦ୍ଧ ଇଂଟରନାସନାଲ୍ ସର୍କିଟରେ ୨୦୨୩ ଗ୍ରା ପିକ୍ସ ପାଇଁ ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଏହାର ଗ୍ଲୋବାଲ୍ ପାର୍ଟନରସିପ୍ ରେଡବୁଲ୍ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମ୍ ସହିତ କରାଯାଉଛି ।
ଏକ୍ସନମୋବିଲ୍ ଓ ରେଡ ବୁଲ୍ କେଟିଏମ୍ ଫ୍ୟାକ୍ଟୋରି ମଧ୍ୟରେ ଗ୍ଲୋବାଲ୍ ପାର୍ଟନରସିପକୁ ପାଳନ କରି ଦୁଇ ଜଣ ରାଇଡରଙ୍କ ଦ୍ୱାରା ଆକର୍ଷଣୀୟ ପ୍ରଦର୍ଶନ କରାଯାଉଛି ଯେଉଁମାନେ ହେଉଛନ୍ତି – ଅଷ୍ଟ୍ରେଲିଆନ୍ ଜାକ ମିଲର ଓ ସାଉଥ ଆଫ୍ରିକାନ୍ ବ୍ରାଡ ବାଇର ଯେଉଁମାନେ ସର୍ବଦା ବିଜୟ ହାସଲ କରିଥାନ୍ତି । ସେମାନେ ତାଙ୍କର ଦକ୍ଷତାକୁ ଗ୍ଲୋବାଲ ସର୍କିଟରେ ପ୍ରଦର୍ଶିତ କରିଛନ୍ତି । ଏହା ସହିତ କେଟିଏମ୍ ଆରସି୧୬ ବାଇକରେ ଫୁଲ୍ ଥ୍ରଟଲ୍ ପରଫରମାନସକୁ ଦେଖାଯାଇପାରିବ ।
ଏହି ଦୁଇ ଜଣ ରାଇଡର ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଆତ୍ମବିଶ୍ୱାସ ସହିତ ତାଙ୍କର ଗ୍ରା ପ୍ରିକ୍ସ ବାଇକକୁ କ୍ଷମତା ପ୍ରଦାନ କରିବେ ଯେଉଁଥିରେ ରହିିଛି ମୋବିଲ୍ ର ଆଶ୍ୱାସନା । ସେମାନେ ମଧ୍ୟ ନିକଟରେ ଜେପି ଗ୍ରୀନରେ ମୋବିଲ୍ ଇଂଭେଂଟରେ ଉାହକୁ ସେୟାର କରିଥିଲେ ଯେଉଁଠାରେ ଜ୍ୟାକ୍ ମିଲର୍ ମୋବିଲ୍ ସୁପର ମୋଟୋ ଟିଏମ ୧୦ଡବ୍ଲୁ-୩୦ ର ଶୁଭାରମ୍ଭ କରିଛନ୍ତି ।
ପ୍ରମାଣିତ ଇଞ୍ଜିନ ସୁରକ୍ଷା, ଦୀର୍ଘ ଜୀବନ ଓ ଉନ୍ନତ ଇନ୍ଧନ ଦକ୍ଷତା ସହିତ, ମୋବିଲ୍ ସୁପର ମୋଟୋ ଟିଏମ ୧୦ଡବ୍ଲୁ-୩୦ କୁ ସାରା ଦେଶର ରାଇଡର ମାନେ ପସନ୍ଦ କରିଥାନ୍ତି । ଅନ୍ୟ ପକ୍ଷରେ, ଏହାର ଉତ୍ପାଦ ପ୍ୟାକେଜିଂରେ ବର୍ତମାନ ରେଡ ବୁଲ୍ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମ୍ ଲୋଗୋ ଏହାର ଲେବଲରେ ରହିବ ।
ମୋବିଲ୍ ବ୍ରାକୁ ମଧ୍ୟ ସ୍ପଷ୍ଟ ଭାବରେ ବାଇକ, ରାଇଡର ଓଭରଅଲ୍‌, ଗ୍ୟାରେଜ୍ ଓ ଟିମ କିଟରେ ପ୍ରଦର୍ଶିତ କରାଯିବ ।
ବିପିନ ରଣା, ସିଇଓ ଏକ୍ସନମୋବିଲ୍ ଲୁବ୍ରିକାଂଟସ ଭାରତ ଏହି ଅବସରରେ କହିଛନ୍ତି ଯେ : ରେଡ୍ ବୁଲ୍ ଫ୍ୟାମିଲି ସହିତ ଆମେ ପୁନଶ୍ଚ ବିଶ୍ୱରେ ଆମର ଉପସ୍ଥିତିକୁ ସଂପ୍ରସାରିତ କରୁଛୁ । ଫର୍ମୁଲା ୧ ରେ ଓରାକଲ୍ ରେଡ ବୁଲ୍ ରେସିଂ ଟିମ ସହିତ ଆମର ସଫଳ ସହଭାଗୀତା ସହିତ ଆମେ ମୋଟୋ ଜିପି ରେ ରେଡ ବୁଲ୍ କେଟିଏମ୍ ରେସିଂ ଟିମ୍ ସହିତ ବହୁ ବର୍ଷିୟ ଡିଲରେ ପ୍ରବେଶ କରିଛୁ । ଆମର ଆଧୁନିକ ମୋବିଲ୍ ଲୁବ୍ରିକାଂଟ ସହିତ ଆମେ ଏହି ଟିମର ସଫଳତାର ଅଂଶ ହୋଇପାରିବୁ ବୋଲି ଆଶା କରୁଛୁ ଓ ଏହା ସହିତ କେଟିଏମର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ରେସିଂ ମୋବିଲକୁ ଏକ ଅଲ୍ଟିମେଟ୍ ଟେଷ୍ଟିଂ ଗ୍ରାଉ ପ୍ରଦାନ କରୁଛି ଯାହାକି ମୋଟରସାଇକେଲ୍ ଲୁବ୍ରିକାଂଟ ଟେକ୍‌ନୋଲୋଜିରେ ଉନ୍ନତି ଆଣିଛି । ଏହା ସହିତ ସେମାନେ ସର୍ମ୍ପୂ ଆତ୍ମବିଶ୍ୱାସର ସହିତ ଯାତ୍ରା କରିପାରିବେ ।
ପିଟ୍ ବେଇରର୍‌, କେଟିଏମ୍ ମୋଟୋର ସ୍ପୋର୍ଟସ୍ ଡାଇରେକ୍ଟର ଏହି ଅବସରରେ କହିଛନ୍ତି ଯେ କେତେ ଗୁଡ଼ିଏ କାରଣ ପାଇଁ ଏହି ସହଭାଗୀତା ଆମ ପାଇଁ ଗୁରୁତ୍ୱର୍ପୂ । ଏକ୍ସନ ମୋବିଲ୍ ଉଦ୍ୟୋଗ ଓ ମୋଟର ସ୍ପୋର୍ଟସରେ ହେଉଛି ଏକ ପ୍ରମୁଖ ନାମ ଯାହାର ରେସିଂରେ ଏକ ବୃହତ୍ ଉପସ୍ଥିତି ରହିଛି ଓ ଆମେ ସେମାନଙ୍କର ପ୍ରିମିୟମ ଲୁବ୍ରିକାଂଟ ଉପରେ ଆମର ରେଡ ବୁଲ୍ କେଟିଏମ ଆରସି୧୬ ପାଇଁ ବିଶ୍ୱାସ କରିପାରିବା । ତାଙ୍କର ମଧ୍ୟ ଆମ ପରି ଲକ୍ଷ୍ୟ ରହିଛି ଯେତେବେଳେ କି ଟପ୍ ଲେଭ୍ କାର୍ଯ୍ୟଦକ୍ଷତାର କଥା ଆସେ ଓ ଏହା ମଧ୍ୟ ଆମର ଭବିଷ୍ୟତର ଲକ୍ଷ୍ୟକୁ ଦର୍ଶାଇଥା । ମୋଟୋ ଜିପି ସଷ୍ଟେନେବିଲିଟି ରେସ ଫୁଏଲରେ ଆମେ ଏକ ଅଂଶ ହେବାକୁ ଚାହୁଁଛୁ । ଆମେ ମୋବିଲ୍ ଲୁବ୍ରିକାଂଟକୁ ମୋଟୋଜିପି ପ୍ରତିଯୋଗୀତାରେ ଦେଖିବାକୁ ଆଶା କରୁଛୁ ବୋଲି କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.