banner
Breaking

ମୋବିଲ୍‌ଟିଏମ ଟ୍ରକ୍‌ଚାଳକ ମାନଙ୍କ ପାଇଁ ଉତ୍କୃଷ୍ଟ ମାନର ଇଞ୍ଜିନ ଅଏଲକୁ ବାଛିବା ସହଜ କରିଛି

0

ଭୁବନେଶ୍ୱର: ମୋବିଲ୍ ଟିଏମ ଆଜି ଏହାର ନୂତନ ଅଭିଯାନ- “ଟ୍ରକିଂ ହେଉଛି କଠିନ; କିନ୍ତୁ ଇଞ୍ଜିନ୍ ଅଏଲ୍ ବାଛିବା ନୁହେଁ” ର ଆରମ୍ଭ କରିଛି । ଏହା ସହାୟତାରେ ଟ୍ରକ୍ ଚାଳକ ମାନେ ସେମାନଙ୍କର ଟ୍ରକ୍ ପାଇଁ ସଠିକ୍ ମାନର ଇଞ୍ଜିନ୍ ଅଏଲକୁ ବାଛି ପାରିବେ ଯାହାକି ପୂର୍ବରୁ କଦାପି ସହଜ ନଥିଲା । ମୋବିଲ୍ ଟ୍ରକ୍ ଚାଳକ ମାନଙ୍କୁ ଗୁରୁତ୍ୱ ପ୍ରଦାନ କରିବା ସହିତ ସେମାନଙ୍କର ସହଜ କ୍ରୟ ନିଷ୍ପତିରେ ସହାୟତା କରୁଛି ଯାହାକି ସେମାନଙ୍କର ଟ୍ରକର ଆବଶ୍ୟକତା ଓ ବୟସ ଉପରେ ନିର୍ଭର କରିଥାଏ ।
ଏହି ଅଭିଯାନର ଏକ ଅଂଶ ସ୍ୱରୂପ ମୋବିଲ୍ ବହୁମାତ୍ରାରେ ଉତ୍ପାଦ ଲେବଲକୁ ସରଳ କରିଛି ଓ ଏହାର ଉତ୍ପାଦକୁ ନୂତନ ନାମ ପ୍ରଦାନ କରିଛି, ଆଇକନର ବ୍ୟବହାର କରାଯିବା ସହିତ ସହଜିଆ କ୍ଲେମ୍ ଭାଷା ରଖାଯାଇଛି । ବ୍ୟବସାୟକୁ ଏକ ଦାୟୀତ୍ୱସମ୍ପର୍ଣ୍ଣ ଓ ସ୍ଥାୟୀ ଭାବରେ ପରିଚାଳନା କରିବା ଉଦ୍ଦେଶ୍ୟରେ, ମୋବିଲ୍ ନିକଟରେ ଏକ ପଦକ୍ଷେପର ଆରମ୍ଭ କରିଛି ଯେଉଁଥିରେ ସ୍ଥାୟୀ ପ୍ୟାକେଜିଂକୁ ପ୍ରୋତ୍ସାହିତ କରାଯାଉଛି ଓ ଏଥିରେ ଇଞ୍ଜିନ୍ ଅଏଲ୍ ପାଇଁ ରହିଛି ୫୦% ପୋଷ୍ଟ-କଞ୍ଜୁମର ରିସାଇକେଲ୍‌ଡ (ପିସିଆର) ପ୍ଲାଷ୍ଟିକ୍ ପେଲ୍‌ସ । ଏହା ଭାରତର ପ୍ରଥମ ଓ ମୋବିଲ୍ ଡେଲଭାକ୍ ଟିଏମ ଉତ୍ପାଦ ପେଲ୍ ପ୍ୟାକ୍ ପାଇଁ ପିସିଆର ବ୍ୟବହାର କରିବା ନିମନ୍ତେ ଫାଷ୍ଟଲାଇନ୍ ହେବ ।
ମୋବିଲ୍ ଗର୍ବର ସହିତ ଏହାର କମର୍ସିଆଲ୍ ଡିଜେଲ୍ ଲୁବ୍ରିକାଂଟର ସଂଶୋଧିତ ରେଞ୍ଜକୁ ଉପସ୍ଥାପିତ କରିଛି ଯାହା ହେଉଚି ମୋବିଲ୍ ଡେଲଭାକ ଟିଏମ ୍‌, ଆଧୁନିକ ଓ ମୋବିଲ୍ ଡେଲଭାକ୍ ଟିଏମ ଲିଜେଣ୍ଡ । ମୋବିଲ୍ ଡେଲଭାକ୍ ଟିଏମ ମଡର୍ଣ୍ଣଏହା ସୁନିଶ୍ଚିତ କରେ ଯେ ନୂତନ ଗାଡ଼ି ସର୍ବଦା ଉନ୍ନତ ଭାବରେ ପ୍ରଦର୍ଶନ କରିବ ଓ ଏହାକୁ ଇଞ୍ଜିନ୍ ସୁରକ୍ଷା ପ୍ରଦାନ କରେ ଓ ଦୀର୍ଘ ରିପ୍ଲେସମେଂଟ ବ୍ୟବଧାନ ପ୍ରଦାନ କରିଥାଏ । ମୋବିଲ୍ ଡେଲଭାକ୍ ଟିଏମ ଲିଜେଣ୍ଡକୁ ପୁରୁଣା ଇଞ୍ଜିନ୍ ପାଇଁ ଡିଜାଇନ୍ କରାଯାଇଛି ଯାହାକି ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ଦୀର୍ଘ ଇଞ୍ଜିନ୍ ଜୀବନ ପ୍ରଦାନ କରେ ।
ଏହି ଅବସରରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ବିପିନ୍ ରଣା, ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର, ଏକ୍ସନ୍‌ମୋବିଲ୍ ଲୁବ୍ରିକାଂଟ୍‌ସ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଟ୍ରକ ଚାଳକ ମାନଙ୍କ ପାଇଁ ନିଷ୍ପତି ନେବା ପ୍ରକ୍ରିୟାକୁ ସହଜ କରି ଆମେ ବହୁତ ଆନନ୍ଦିତ ଯଦ୍ୱାରା ସେମାନେ ତାଙ୍କର ଟ୍ରକ୍ ପାଇଁ ସଠିକ ମାନର ଇଞ୍ଜିନ୍ ଅଏଲକୁ ବାଛି ପାରିବେ ଓ ଏହା ସହିତ ଟ୍ରେଡ୍ ପାର୍ଟନର ଏବଂ ଗ୍ରାହକ ମାନଙ୍କୁ ସ୍ୱତନ୍ତ୍ର ଅଫରମାନ ପ୍ରଦାନ କରାଯାଇଛି । ମୋବିଲ୍ ଡେଲଭାକ୍ ଟିଏମ କୁ ୧୦୦ ବର୍ଷର ପ୍ରଚେଷ୍ଟାର କ୍ରମରେ ପ୍ରସ୍ତୁତ କରାଯାଇଚି ଯାହାକି ଟ୍ରକକୁ ସମସ୍ତ ଅବସ୍ଥାରେ ଇଞ୍ଜିନ୍ ଅବକ୍ଷୟରୁ ସୁରକ୍ଷା ପ୍ରଦାନ କରେ ଯଦ୍ୱାରା ଟ୍ରକ୍ ଚାଳକ ମାନେ ସେମାନଙ୍କର ବ୍ୟବସାୟରେ ଲାଭ କରିପାରିଥାନ୍ତି ।”

୍ଣଆହୁରି ମଧ୍ୟ ଆମର ୫୦% ପୋଷ୍ଟ-କଞ୍ଜୁମର ରିସାଇକେଲ୍‌ଡ (ପିଏଲଆର) ପ୍ଲାଷ୍ଟିକ୍ ପେଲ୍‌ସ ଓ ଅଣ୍ଡର ରାଇଟର୍ସ ଲାବୋରାଟୋରିଜ୍ ଜିରୋୱେଷ୍ଟ ଟୁଲ୍ୟାଣ୍ଡଫିଲ୍ (ଜେଡଡବ୍ଲୁଟିଏଲ୍‌) ପ୍ରମାଣନ ହେଉଛି ଏକ ଉଦାହରଣ ଯାହାକି ଆମର ସ୍ଥାୟୀ କ୍ରମାଗତ ଉନ୍ନତିକୁ ଦର୍ଶାଉଛି” ବୋଲି ସେ ପୁନଶ୍ଚ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.