banner
Breaking

ମୋ ସରକାରରେ ସାମିଲ ହେଲା ମିଶନ ଶକ୍ତି।

0

ଭୁବନେଶ୍ୱର,୧୭ ।୧୨(ଓଡ଼ିଆ ନ୍ୟୁଜ): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମିଶନ ଶକ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆସୁଛିି ମିଶନ ଶକ୍ତି । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିଛନ୍ତି । ଏହା ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ମଧ୍ୟ ଉପସ୍ଥିତ ରହିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିର କାର୍ଯ୍ୟକାରିତା ନେଇ ଆଲୋଚନା କରିଛନ୍ତି ।

ତେବେ ପୂର୍ବରୁ ‘ମୋ ସରକାର’ରେ ୬ଟି ବିଭାଗର କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । କୃଷି ବିଭାଗର ‘କାଳିଆ’, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ‘ମିଶନ ଶକ୍ତି’, ଖାଦ୍ୟ ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗର ମମତା, ପାନୀୟ ଜଳଯୋଗାଣ ବିଭାଗର ‘ପାନୀୟ ଜଳ’ ଏବଂ ପରିବହନ ବିଭାଗର ‘ବାହନ ଓ ସାରଥୀ’ ମୋ ସରକାରରେ ସାମିଲ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ ତଥା ଯୋଜନାରେ ହିତାଧିକାରୀମାନେ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହାର ବିଭାଗୀୟ ଉଚ୍ଚ ଅଧିକାରୀ, ସଚିବ ଓ ମନ୍ତ୍ରୀମାନେ ନିମୟିତ ଅନୁଧ୍ୟାନ ଓ ସମୀକ୍ଷା କରିବେ ।

Khansweb Solution Bhubaneswar

Leave A Reply

Your email address will not be published.