banner
Breaking

ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ।

0

ଭୁୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ । ଲୋକସେବା ଭବନରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ସଂସ୍କୃତି ଏବଂ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଆଦି ମୋ ସରକାରରେ ସାମିଲ ହୋଇଛି ।

ତେବେ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା,ରଘୁନନ୍ଦନ ଦାସ ଉପସ୍ଥିତ ରହିଛନ୍ତି । ମୁଖ୍ୟଶାସନ ସଚିବ,ଉନ୍ନୟନ କମିଶନ,୫ଟି ସଚିବ ଭି.କେ ପଣ୍ଡିଆନ,ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଛନ୍ତି । ଏହା ସହ ଦକ୍ଷତା ବିକାଶ ଉପଦେଷ୍ଟା ସୁବ୍ରତ ବାଗଚୀ,ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହିଥିବା ସୂଚନା ମିଳିଛି ।

ଏହି ବୈଠକରେ ୩ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏଥିରେ ନିବେଶ ହେବ ୬.୯୨୩ କୋଟି ଟଙ୍କା । ଏହା ସହ ଏଥିପାଇଁ ୪,୬୩୮ ଜଣ ନିଯୁକ୍ତି ପାଇବେ । ଏହା ସହ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ କମିଟିରେ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.