banner
Breaking

ଦୀର୍ଘ ବର୍ଷ ପରେ ସ୍ପଷ୍ଟ ଓଡ଼ିଆ କହିଲେ ମୁଖ୍ୟମନ୍ତ୍ରୀ। ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ।

0

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଆଜି ମୋ ସରକାର କାର୍ଯ୍ୟକ୍ରମରେ ସ୍ପଷ୍ଟ ଓଡ଼ିଆ କହିଛନ୍ତି। ଯାହା ସମସ୍ତ ଓଡ଼ିଆ ଭାଷା ପ୍ରେମୀଙ୍କୁ ଖୁସି କରାଇଦେଇଛି। ଥାନାରେ କିମ୍ବା ଡାକ୍ତରଖାନାରେ ଲୋକମାନେ କିଭଳି ସୁବିଧା ପାଉଛନ୍ତି ସେ ନେଇ ମତାମତ ଲୋଡାଯିବ। ସଚିବଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ବିଷୟରେ ପଚାରି ବୁଝିବେ। ବୁଧବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ଏବଂ ଶହୀଦନଗର ଥାନାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ଆରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ ଜଣଙ୍କ ସହ ଆଲୋଚନା କରିଛନ୍ତି। ସେ କହିଥିଲେ ଯେ ସ୍ବାସ୍ଥ୍ୟ ସେବା ବିଷୟରେ ମୁଁ ଆଜି ରୋଗୀ ଓ ଲୋକମାନଙ୍କ ସହ କଥା ହେଲି । ଆଲୋଚନା ସନ୍ତୋଷଜନକ ଥିଲା।
ରାଜ୍ୟର ୨୧ ଜିଲାର ମୁଖ୍ୟ ଚିକିତ୍ସାଳୟ ଏବଂ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କର ମୋବାଇଲ ନମ୍ବର ମୋ ସରକାର ପୋର୍ଟାଲରେ ପଞ୍ଜୀକୃତ କରାଯିବ। ପ୍ରତ୍ୟେକ ଦିନ ୧୦ ଜଣ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ସହ ଡାକ୍ତରଖାନା ଓ ଥାନାରେ ମିଳୁଥିବା ସେବା ସମ୍ପର୍କରେ ସିଧା ସଳଖ ଆଲୋଚନା ହେବ।

Khansweb Solution Bhubaneswar

Leave A Reply

Your email address will not be published.