banner
Breaking

ସକାରାତ୍ମକ ଚିନ୍ତାଧାରା ଓ ସୂର୍ଯ୍ୟନଶୀଳତା ହିଁ ମାନସିକ ସୁସ୍ଥତାର ଏକ ମାତ୍ର ରହଷ୍ୟ

0

ଭୁବନେଶ୍ୱର,୨୬/୪(ବ୍ୟୁରୋ): ମୋ କଲେଜ’ ଅଭିଯାନ ଅଧୀନରେ ବକ୍ସି ଜଗବନ୍ଧୁ ସ୍ଵୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ‘ମାନସିକ ସୁସ୍ଥତା ଏବଂ ଆଜିର ଯୁବପିଢ଼ି’ ଶୀର୍ଷକ ଜାତୀୟସ୍ତରୀୟ ସେମିନାର ଆୟୋଜିତ ହୋଇଛି। ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନସିକ ସମସ୍ୟା ଏବଂ ଏହାକୁ କିପରି ଦୂର କରାଯାଇପାରିବ ସେ ସମ୍ବନ୍ଧରେ ସେମାନଙ୍କୁ ମାର୍ଗଦର୍ଶନ କରାଯାଇଥିଲା।

ଏହି ସେମିନାରରେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ସେଣ୍ଟର ଫର୍ ସୋସିଆଲ୍ ମେଡିସିନ୍ ଆଣ୍ଡ୍ କମ୍ୟୁନିଟି ହେଲ୍ଥ, ବିଭାଗର ସହକାରୀ ପ୍ରଧ୍ୟାପିକା ଡକ୍ଟର ସୁନୀତା ରେଡ୍ଡୀ ମୁଖ୍ୟ ବକ୍ତା ଏବଂ ‘ମୋ କଲେଜ’ ଅଭିଯାନ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ସେମିନାରରେ ଭାଗ ନେଇଥିଲେ। କଲେଜ ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଏବଂ ମୋ କଲେଜ ସଂଯୋଜକ ସେମିନାରରେ ଉପସ୍ଥିତ ଥିଲେ।
ଶ୍ରୀ ଦାଶନାୟକ ତାଙ୍କ ବକ୍ତୃତାରେ କହିଲେ ଆଜି ଭାରତ ବର୍ଷ ରେ 8କୋଟି 50 ଲକ୍ଷ୍ୟ ଯୁବକ ଯୁବତୀ ଏହି ମାନସିକ ଅସୁସ୍ଥତା ଭୋଗ କରୁଛନ୍ତି. ସେମାନେ ନିଜର ପୂର୍ବ କିମ୍ବା ଭବିଷ୍ୟତ ଜୀବନ ବିଷୟରେ ଚିନ୍ତା କରିବା ଅପେକ୍ଷା ବର୍ତମାନ କୁ ନେଇ ବଞ୍ଚନ୍ତୁ. ମାନସିକ ସ୍ୱାସ୍ଥ୍ୟ ବହୁତ ଜରୁରି ଅଟେ. ଏହାକୁ ବୁଝିବାକୁ ହେବ ପ୍ରତେକ ପିତାମାତାଙ୍କୁ. ଏହି ସମସ୍ୟା ରେ ପୀଡିତ ଆଜିର ଯୁବ ପିଢ଼ି କୁ ଏହାର କଡା ମୁକାବିଲା କରିବାକୁ ହେବ ଆତ୍ମବିଶ୍ୱାସ ଦ୍ୱାରା. କାହା ଜୀବନ ସହିତ ନିଜ ଜୀବନକୁ ମାପ କରନ୍ତୁ nahi. ପଷ୍ଟିବ postive ମେଣ୍ଟାଲ ଚିନ୍ତାଧାରା ହିଁ ମାନସିକ ସୁସ୍ଥତା ର ମୁଖ୍ୟ ରହଷ୍ୟ.. ଜୀବନରେ ଆସୁଥିବା ସମସ୍ୟାକୁ ଧୃଡତlର ସହିତ ମୁକାବିଲା କରନ୍ତୁ. ସକାରାତ୍ମକ ଚିନ୍ତାଧାରା ଓ ସୂର୍ଯ୍ୟନଶୀଳତା ହିଁ ମାନସିକ ସୁସ୍ଥତାର ଏକ ମାତ୍ର ରହଷ୍ୟ. ସଦାବେଳେ ନିଜ କର୍ମ ପ୍ରତି ନିଷ୍ଠାବନ୍ଧୁ ହୁଅନ୍ତୁ ଏଂବ କାହା ସହିତ ନିଜ ଜୀବନକୁ ମାପ କରନ୍ତୁ ନାହିଁ. କାରଣ ପ୍ରତ୍ୟେକ ବ୍ୟକ୍ତି ସ୍ୱତନ୍ତ୍ର ଅଟେ ଏଂବ ତାହାର ଜୀବନ ଯାତ୍ରା ମଧ୍ୟ.
ପ୍ରିନସିପାଲ ପ୍ରଫେସର ନିରଞ୍ଜନ ମିଶ୍ର ତାଙ୍କ ଅଭିବ୍ୟକ୍ତି ରେ କହିଲେ ଯେ ପିଲାମାନଙ୍କ ମାନସିକ ସୁସ୍ଥତା ଏକ ଜରୁରୀ ବିଷୟ, ଯାହାକୁ ଉଭୟ ପିତାମାତା ଏଂବ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଠିକ ଭାବରେ ବୁଝିବା ଉଚିତ. ତେଣୁ ମାନସିକ ସମଶଃ୍ୟାକୁ ଠିକ ଭାବ ରେ ବୁଝିବାକୁ ହେବ.
ଶେଷରେ ଡ଼କ୍ଟର ସୁନିତା ରେଡି ଏକ ଇଣ୍ଟେରକ୍ସନ ସେଶନ ଛାତ୍ର ଛାତ୍ରୀଙ୍କ ସହିତ କରିଥିଲେ ଏଂବ ପ୍ରୋଫେସର ସାଧନା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ.

Khansweb Solution Bhubaneswar

Leave A Reply

Your email address will not be published.