banner
Breaking

ରାଜଧାନୀରେ ଆରମ୍ଭ ହେଲା ମୋ ବସ୍ ସେବା। ୮ଟି ରୁଟରେ ଗଡିବ ବସ୍।

0

ଭୁବନେଶ୍ୱର, ୪/୮(ଓଡ଼ିଆ ନ୍ୟୁଜ): କରୋନା ସ°କ୍ରମଣ ପ୍ରଭାବରେ ଲକଡାଉନ,ସଟଡାଉନ କାରଣରୁ ବନ୍ଦ ରହିଥିବା ମୋ ବସ୍ ସେବା ପୁଣି ଆରମ୍ଭ ହୋଇଛି। ଆଜିଠୁ ୮ଟି ରୁଟରେ ମୋ ବସ୍ ଗଡିଛି। ଭୁବନେଶ୍ୱରରୁ କଟକ,ପିପିଲି, ଖୋର୍ଦ୍ଧା ଇତ୍ୟାଦି ସ୍ଥାନକୁ ବସ ଗଡିଛି। ଏହି ସେବା ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲୁରହିବ। ଏଥିରେ କେବଳ ନନ୍ ଏସି ବସ୍ ଚାଲିବ । ୮ ଟି ରୁଟ ମଧ୍ୟରେ ୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରହିଛି। ବସ ଚାଲିବା ପାଇଁ କେତେକ ଗାଇଡଲାଇନ୍ ଜାରି କରାଯାଇଛି। ପ୍ରତିଦିନ ବସ ସାନିଟାଇଜ ହେବ। ବସ ଛାଡିବା ପୂର୍ବରୁ ସିଟ୍ ଠାରୁ ଆରମ୍ଭ କରି ବସ ଭିତର ଭଲଭାବରେ ସାନିଟାଇଜରରେ ପୋଛାହେବ। ଏହାସହ ଯାତ୍ରୀମାନେ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅଗଷ୍ଟ ମାସର ୱିକେଣ୍ଡସରେ ମୋ ବସ୍ ସେବା ବନ୍ଦ ରହିବ ।

Khansweb Solution Bhubaneswar

Leave A Reply

Your email address will not be published.