banner
Breaking

ବିଧାୟକଙ୍କ ଦ୍ୱାରା ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟର ଶୁଭ ଉଦ୍ଘାଟନ

0

ଭୁବନେଶ୍ୱର :(ଓଡ଼ିଆ ନ୍ୟୁଜ୍) ଚନ୍ଦ୍ରଶେଖରପୁର, ହାଉସିଂବୋର୍ଡ କଲୋନୀରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ୮ନଂ ୱାର୍ଡର ପୂର୍ବତନ କର୍ପୋରେଟର ମୋନାଲିସା ସାହୁ, ଯୁବ ବିଜେଡି ସଭାପତି ମନୋଜ ସାହୁ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । କର୍ପୋରେଟର ଏଥିପାଇଁ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ନିଜ ପ୍ରତିସୃତି ରକ୍ଷାକରି ଏହା ପୂରଣ କରିଥିବାରୁ କଲୋନୀବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ୧୩ଲକ୍ଷ ୭୦ହଜାର ବ୍ୟୟ ଅଟକଳରେ ନିର୍ମିତ ହେବାକୁଥିବା ଏହି ରାସ୍ତା ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବ ବୋଲି ବିଧାୟକ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.