banner
Breaking

କଳିଙ୍ଗ ସୁନ୍ଦରୀ ହେଲେ ମିସ୍ ବ୍ରିଟିଶ ଏମ୍ଫାୟାର ରନର୍ସ ଅପ୍।

0

ଭୁବନେଶ୍ୱର,୨୬।୧୦(ଓଡ଼ିଆ ନ୍ୟୁଜ): ବଲାଙ୍ଗୀର ଜନ୍ମିତ ଓଡ଼ିଆ ଝିଅ ଶେଫାଳି ଉଦ୍‌ଗାତା ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ‘ମିସ୍‌ ବ୍ରିଟିଶ ଏମ୍ପାୟାର୍‌-୨୦୧୯’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ଏକାଧିକ ରାଷ୍ଟ୍ରରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଶେଫାଳି ୩ୟ ସ୍ଥାନ ହାସଲ କରିବା ସହ କ୍ୟାଟ୍‌ଓ୍ବାକ୍‌ ସବ୍‌-କାଟାଗୋରିରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ଗ୍ଲୋରୀ କୁଇନ୍‌, ଓଡ଼ିଶା ସୁପର ମଡେଲ, କଳିଙ୍ଗ ସୁନ୍ଦରୀ, ମିସ୍‌ ଡିଭା ଭୁବନେଶ୍ୱର, ସମର୍‌ କୁଇନ୍‌ ଓ ଟ୍ରେଣ୍ଡ୍‌ସ ଷ୍ଟାଇଲ୍‌ ଆଇକନ୍‌ ଭଳି ଏକାଧିକ ପ୍ୟାଜେଣ୍ଟ ଟାଇଟଲ୍‌ ଜିତି ରାଜ୍ୟ ଏବଂ ରାଜ୍ୟ ବାହାରେ ଜଣେ ପରିଚିତ ଚେହେରା ପାଲଟିଛନ୍ତି। ଶୁକ୍ରବାର ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.