banner
Breaking

ପୁଣି ଜଣେ ମନ୍ତୀଙ୍କୁ ଅଣ୍ଡାମାଡ

0

ଭବାନୀପାଟଣା : ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଭବାନୀପାଟଣାର ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିଛନ୍ତି। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ବେହେରା ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସେମାନେ ପ୍ରତିବାଦ ସ୍ବରୂପ ସେମାନେ ଏପରି କରିଛନ୍ତି। ତେବେ ଏ ନେଇ ପୂର୍ବରୁ ଅନେକ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି

Khansweb Solution Bhubaneswar

Leave A Reply

Your email address will not be published.