banner
Breaking

କିଏ କେଉଁ ବିଭାଗ ପାଇଲେ ଜାଣନ୍ତୁ

0

ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍‌ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ମଧ୍ୟ ଏଥର ମନ୍ତ୍ରୀ ହୋଇ ପୂର୍ବ ଦାୟିତ୍ୱ ପାଇଛନ୍ତି। ସେମାନଙ୍କ ମଧ୍ୟରେ ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ ରହିଛନ୍ତି।

କ୍ୟାବିନେଟ ପାହ୍ୟା

ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ବାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ
ପ୍ରମିଳା ମଲ୍ଲିକ- ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ
ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
ପ୍ରତାପ ଦେବ- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ
ନବକିଶୋର ଦାସ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)

ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓ ଭାଷା ଓ ସଂସ୍କୃତି, ଅବକାରୀ
ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଶ୍ରୀକାନ୍ତ ସାହୁ- ଶ୍ରମ ଓ ଇଏସ୍‌ଆଇ
ତୁଷାରକାନ୍ତି ବେହେରା- ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା
ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
ରୀତା ସାହୁ- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
ବାସନ୍ତୀ ହେମ୍ବ୍ରମ- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି
ରାଷ୍ଟ୍ରମନ୍ତ୍ରୀ
ତୁଷାରକାନ୍ତି ବେହେରାଙ୍କୁ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବାର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଦାୟିତ୍ୱ ସହିତ ଗୃହ ରାଷ୍ଟମନ୍ତ୍ରୀ ଦାୟିତ୍ୱ ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.