banner
Breaking

ଫେବିଫିରାଭିର କେଉଁମାନେ ଖାଇବେ ଜାଣନ୍ତୁ।

0

ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ କରୁଛନ୍ତି। ଏପରି ସ୍ଥଳେ ସେହି ରୋଗୀମାନଙ୍କୁ ରୋଗ ପ୍ରତିରୋଧ ପାଇଁ ଫାବିପିରାଭିର ଟାବଲେଟ ଖାଇବାକୁ ଅନୁମତି ଦିଆଯାଇଛି। ଏ ନେଇ ସୋମବାର ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଡାକ୍ତରଙ୍କ ପରାମର୍ଶ ନେଇ ରୋଗୀମାନେ ଏହି ଟାବଲେଟକୁ ବ୍ୟବହାର କରି ପାରିବେ। ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ପରେ ଫାବିପିରାଭିର ଟାବଲେଟକୁ ଘରେ ସଙ୍ଗରୋଧରେ ରହିଥିବା ରୋଗୀମାନଙ୍କର ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହି ଟାବଟେଲ ଆଂଶିକ କରୋନା ଲକ୍ଷଣ ଥିବା ରୋଗୀମାନଙ୍କୁ ଗୁରୁତର ହେବାରୁ ରକ୍ଷା କରି ପାରିବ। ଏହି ଟାବଲେଟ କରୋନା ମହାମାରୀ ରୋକିବାରେ ଫଳପ୍ରଦ ହେଉଥିବା ଜଣାପଡିଛି। ତେବେ ମନଇଚ୍ଛା ଔଷଧ ନ ଖାଇବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ  ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ କୁମାର ମିଶ୍ର, ଡାକ୍ତର ସମ୍ପଦ ଦାସ, ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.