banner
Breaking

କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି କଲା ଔଷଧ ବ୍ୟବସାୟୀ ସ°ଘ।

0

ଭୁବନେଶ୍ୱର,୨୩।୫(ବ୍ୟୁରୋ): କରୋନା ଲଢ଼େଇରେ ସାମିଲ ହୋଇ ଜନସାଧାରଣଙ୍କୁ ସେବା ଯୋଗାଇବାରେ ଔଷଧ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ତଥା ପ୍ରମୁଖ ଅବଦାନ ରହିଛି। ଅନ୍ୟମାନଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ହେଲେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି ସେବା ଯୋଗାଉଥିବା ଔଷଧ ବ୍ୟବସାୟୀଙ୍କୁ ଯୋଦ୍ଧାର ସମ୍ମାନରୁ ବଞ୍ଚତ୍ତ କରାଯାଉଛି। ଏମିତିକି ବ୍ୟବସାୟୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ବତନ୍ତ୍ର ଟିକାକରଣର ମଧ୍ୟ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏଶନ ସଭାପତି ପି. ସତ୍ୟନାରାୟଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯଦି ସରକାର ଦାବିକୁ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ସଂଘର ୨୫ ହଜାର ସଭ୍ୟ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଅଜୟ ଗୋୟଙ୍କା ଓ କାର୍ଯ୍ୟକାରିଣୀ ଦେବଦତ୍ତ ଦାସ ସମେତ ଅନ୍ୟ ବରିଷ୍ଠ ସଭ୍ୟମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.