banner
Breaking

ଲକ୍ଷଣ ବିହୀନ ରୋଗୀଙ୍କ ପାଇଁ ଆସିଲା ଔଷଧ।

0

ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ଆୟୁଷ ୬୪ ବେଶ ପ୍ରଭାବଶାଳୀ ହେଉଥିବା ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ୍‌) ଦ୍ବାରା ବିଭିନ୍ନ ଚେରମୂଳିରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ୧୯୮୦ରେ ମ୍ୟାଲେରିଆର ଉପଚାର ନିମନ୍ତେ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା। ଏବେ ଏଥିରେ କିଛି ପରିବର୍ତ୍ତନ କରାଯାଇ କରୋନା ପାଇଁ ବ୍ୟବହାର କରାଯାଉଛି। ଆୟୁଷ ୬୪କୁ ଜାତୀୟ ଔଷଧ ପରିଚାଳନା ମାନଦଣ୍ଡ ଆଧାରରେ ଅନୁମୋଦନ କରାଯାଇଛି। ଏହା ଉପରେ ବ୍ୟାପକ ଗବେଷଣା, ବୈଜ୍ଞାନିକ ଅନୁଧ୍ୟାନ କରାଯାଇଥିବା ଆୟୁଷ ମନ୍ତ୍ରଣାଳୟ କହିଛି।

Khansweb Solution Bhubaneswar

Leave A Reply

Your email address will not be published.