banner
Breaking

ପ୍ରାକୃତିକ ଚିକିତ୍ସାରେ ୫ ଦିନରେ ଭଲ ହେଉଛି କରୋନା।

ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ

0

ନୂଆଦିଲ୍ଲୀ :- କରୋନା ସଙ୍କଟରେ ଗତି କରୁଛି ଦୁନିଆ। ଆଉ ଏହାରି ଭିତରେ ଭାରତୀୟ ଆୟୁର୍ବେଦ ପଦ୍ଧତି ଏକ ଆଶାର କିରଣ ଦେଖାଦେଖାଇଛି । ଦେଶର  ୩ଟି ହସ୍ପିଟାଲରେ ଆୟୁର୍ବେଦ ଔଷଧର  କ୍ଲିନିକଲ ଟ୍ରାଏଲରେ ଆଶ୍ଚର୍ଯ୍ୟଜନକ  ଫଳାଫଳ  ଦେଖିବାକୁ ମିଳିଛି ।  ଏକ ପ୍ରାରମ୍ଭିକ  ରିପୋର୍ଟରୁ ଜଣାପଡ଼ିଛି କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧ ବହୁତ ଭଲ ପ୍ରଭାବ ପକାଉଛି । କୋରିବଲ ଲାଇଫ୍‌ ସାଇନ୍ସର  ‘ଇମ୍ୟୁନୋଫ୍ରି’ ନାମକ  ଆୟୁର୍ବେଦିକ ଔଷଧ ଓ  ବାୟୋଗେଟିକାର ‘ରେଗିନମ୍ୟୁନ୍‌’  ନାମକ ଔଷଧ ଆସାଧାରଣ ଫଳ ଦେଖାଇଛି ।

ଏହା ବ୍ୟତୀତ , କରୋନା ଭାଇରସ ପାଇଁ ସି ରିଏକ୍ଟିଭ୍‌ ପ୍ରୋଟିନ୍‌ , ପ୍ରୋଲିସିଟୋନିନ୍, ଡି ଡିମର ଓ ଆରଟି-ପିସିଆର ଭଳି ଅନେକ ପରୀକ୍ଷଣ  ମଧ୍ୟ ପାରମ୍ପରିକ ଉପଚାରର ତୁଳନାରେ ପ୍ରାକୃତିକ ଉପଚାର ପାଇଁ ୨୦ରୁ୬୦ ପ୍ରତିଶତ ଭଲ ସୁଧାର ଆଣିପାରିଛି । ଶରୀରର ଯନ୍ତ୍ରଣା ଓ କ୍ଲାନ୍ତ ଭଳି  ଲକ୍ଷଣ ଉପରେ ମଧ୍ୟ ଏହି ପ୍ରାକୃତିକ ଉପଚାର ଭଲ ଫଳପ୍ରଦ ସାବ୍ୟସ୍ତ ହେଉଛି ।

ତୁଳନାତ୍ମକ ରୂପେ  କହିବାକୁ ଗଲେ , ପ୍ରାକୃତିକ  ଚିକିତ୍ସା ନେଉଥିବା ୮୬.୬୬ ପ୍ରତିଶତ ରୋଗୀ ୫ଦିନରେ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି ଥିବା ବେଳେ ପାରମ୍ପରିକ ଉପଚାର ନେଉଥିବା ରୋଗୀଙ୍କ ମଧ୍ୟରେ ଏହା ୬୦ ପ୍ରତିଶତର ରହିଥିଲା ଏବଂ ୧୦ମ ଦିନରେ ପରୀକ୍ଷଣରେ ସବୁ ରୋଗୀ ନେଗେଟିଭ୍ ହୋଇଥିଲେ ।

‘ଇମ୍ୟୁନୋଫ୍ରି’ ଓ ‘ରେଗିନମ୍ୟୁନ୍‌’ କୁ ନେଇ ଭାରତରେ ୩ଟି ହସ୍ପିଟାଲରେ ଅଧ୍ୟୟନ କରାଯାଉଛି । ସିଟିଆରଆଇ ଦ୍ୱାରା ଅନୁମୋଦିତ ଏହି ପରୀକ୍ଷଣ ସରକାରୀ ମେଡିକଲ ହସ୍ପିଟାଲ, ଶ୍ରୀକାକୁଲମ ଆନ୍ଧ୍ର ପ୍ରଦେଶ , ପାରୁଲ ଲେବାଶ୍ରମ ହସ୍ପିଟାଲ, ବଡୋଦରା , ଗୁଜରାଟ ଓ ଲୋକମାନ୍ୟ ହସ୍ପିଟାଲ ପୁଣେ , ମହାରାଷ୍ଟ୍ରରେ କୋଭିଡ-୧୯ ରୋଗୀଙ୍କ ଉପରେ କରାଯାଉଛି ।  

ଏହା ବ୍ୟତୀତ  ଏବେ ଯେଉଁ ତଥ୍ୟ ସାମନାକୁ ଆସିଛି , ତାହା ହେଲା , ଏହା ଏକମାତ୍ର ଏମିତି ସମୟ , ଯେଉଁଠି ଅଧେ ରୋଗୀଙ୍କୁ କେବଳ ପ୍ରାକୃତିକ ଉପଚାର ଦିଆଯାଉଛି , ଯାହାର ତୁଳନା କୋଭିଡ-୧୯ ରୋଗୀଙ୍କ ପାଇଁ ଭାରତରେ ଉପଯୋଗ କରାଯାଉଥିବା ପାରମ୍ପରିକ ଉପଚାର ସହ କରାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.