banner
Breaking

ବଢିଲା ମେଡିକାଲ କଲେଜ ଅଧ୍ୟାପକଙ୍କ ଦରମା

0

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଠିକାରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କ ଦରମା ବୃଦ୍ଧି ସହ ବାର୍ଷିକ ୩ରୁ ୫ ପ୍ରତିଶତ ଇନ୍‌କ୍ରିମେଣ୍ଟ ପାଇଁ  ସରକାର ନିଷ୍ପତ୍ତି ନେଇଛନ୍ତି।

ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସରକାରୀ ମେଡିକାଲ କଳେଜରେ ଠିକାରେ ନିଯୁକ୍ତି ପାଇଥିବା ସମସ୍ତ ପ୍ରଫେସରଙ୍କ ମାସିକ ଦରମା ୧.୨୫ଲକ୍ଷ ଟଙ୍କା ପରିବର୍ତ୍ତେ ୨.୩୦ଲକ୍ଷ ଟଙ୍କା ହେବ। ଏହାସହିତ ବାର୍ଷିକ ୫% ହାରରେ ଏହି ଦରମା ବୃଦ୍ଧି ପାଇବ। ସେହିପରି ଆସୋସିଏଟ ପ୍ରଫେସରଙ୍କ ମାସିକ ଦରମା ୧ଲକ୍ଷରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି ସହ ବାର୍ଷିକ ୩% ହାରରେ ବୃଦ୍ଧି ହେବ। ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦରମା ୭୫ ହଜାର ଟଙ୍କାରୁ ୧.୨୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ବାର୍ଷିକ ୩% ହାରରେ ଏହି ଦରମା ବଢ଼ିବ।

Khansweb Solution Bhubaneswar

Leave A Reply

Your email address will not be published.