banner
Breaking

ଗଣମାଧ୍ୟମର କଣ୍ଠରୋଧ କରାଯାଉଛି।

0

ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରେସ୍‌ ଦିବସ ଅବସରରେ ସୋମବାର କହିଛନ୍ତି। ଶାହା ଟୁଇଟ୍‌ କରି କହିଛନ୍ତି ଯେ, କରୋନା ମହାମାରୀ ସଙ୍କଟରେ ଗଣମାଧ୍ୟମ ଉପଯୁକ୍ତ କାର୍ଯ୍ୟ ଭାର ଗ୍ରହଣ କରିଛି। ଲୋକଙ୍କ ପାଖରେ ଠିକ ଖବର ପହଞ୍ଚି ପାରିଛି। ଲୋକତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୧୯୬୬ରେ ନଭେମ୍ବର ୧୬ରେ ଭାରତୀୟ ପ୍ରେସ୍‌ ପରିଷଦ ସ୍ଥାପିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.