banner
Breaking

ଗଣମାଧ୍ୟମ ଗଣତନ୍ତ୍ରର ମାଧ୍ୟମ ହେଉ ଓଡ଼ଶା ପତ୍ରକାର ସଂଘର ୧୩ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର, : ଗଣମାଧ୍ୟମ ଗଣତନ୍ତ୍ରର ମାଧ୍ୟମ ହେଉ । ବିକାଶ ମଧ୍ୟ ଏହାର ଏକ ମାଧ୍ୟମ । ଖବର କାଗଜ ଗୋଟିଏ ଦିଗ ଯିଏ ସମାଜକୁ ସତ୍‌ମାର୍ଗରେ ପରିଚାଳନା କରେ । ହେଲେ କିଛିବର୍ଷ ହେଲା ଗଣମାଧ୍ୟମ ବ୍ୟବସାୟରେ ପରିଣତ ହୋଇଥିବାରୁ ଏବେ ଲୋକଙ୍କ ସ୍ୱର ଗଣମାଧ୍ୟମରେ ପ୍ରକାଶ ପାଇପାରୁ ନାହିଁ । ବିକାଶ ରାସ୍ତାରେ ଏବେ ବିନାଶ ହେଉଛି । ନାଗରିକତ୍ୱକୁ ଛଡ଼ାଇ ନେଇ ହିତାଧିକାରୀ କରାଯାଉଛି । ଏହା କଣ ଗଣତନ୍ତ୍ର କି ବୋଲି ପ୍ରଶ୍ନ ଉଠୁଛି । ଗଣତନ୍ତ୍ର ଗଣମାଧ୍ୟମର ସ୍ୱର ହୋଇ କାର୍ଯ୍ୟ କଲେ ସମାଜ, ରାଜ୍ୟ ତଥା ରାଷ୍ଟ୍ର ଗଠନରେ ବେଶ୍ ସହାୟକ ହେବ ବୋଲି ଉର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁପଳତି ପ୍ରଫେସର ଡ. କୁମରବର ଦାସ କହିଛନ୍ତି ।

ବୁଧବାର ଦିନ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ପତ୍ରକାର ସଂଘର ୧୩ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଡ. ଦାସ ନାଗରିକ ଅଧିକାର କିଭଳି ଏବେ ଦୟାର ପାତ୍ର, ରାଜନୈତିକ ନେତୃବୃନ୍ଦ କରିଛନ୍ତି ତାହା ଉପରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଆଖି ଖୋଲିବାର ମାଧ୍ୟମ ଗଣମାଧ୍ୟମ ହେଲେ ତୃଣମୂଳସ୍ତର ହେଉ ବା ସମାଜର ଦୁର୍ବଳ ଲୋକଙ୍କ ସ୍ୱର ସମସ୍ତେ ଜାଣିପାରିବେ । ବାସ୍ତବକୁ ଲୁଚାଇବାକୁ ଏବେ ସମସ୍ତେ ପ୍ରୟାସ କରୁଛନ୍ତି । ଜଣେ ଧନୀ ଆଉ ଜଣେ ଗରୀବ । ହେଲେ ତାହା ମଧ୍ୟରେ ଆଉ ଜଣେ ଅଛନ୍ତି ଯିଏ ଶାନ୍ତିରେ ରହୁଛନ୍ତି । ମିଡ଼ିଆ ତଥା ଗଣମାଧ୍ୟମର ଏକମାତ୍ର କାର୍ଯ୍ୟ ହେଉଛି ସଚେତନ କରିବା, ଭୁଲ ବାଟକୁ ଯେଭଳି କିଏ ନଯିବ, ତା ଉପରେ ଆଲୋକପାତ କରିବ । କିନ୍ତୁ ଏବେ ଗଣମାଧ୍ୟମ କର୍ପୋରେଟ ସେକ୍ଟରର ମୁଖପାତ୍ର ସାଜିଛି । ଯାହାଫଳରେ ଲୋକଙ୍କ କଥା ଲୁଚିଯାଉଛି ବୋଲି ଡ. ଦାସ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ଯୋଗଦେଇ ଖବରକାଗଜ ଦେଶର ଆଖି, କାନ, ନାକ ବୋଲି କହିଥିଲେ । ତେଣୁ ଏକତା ରହିଲେ ସାମ୍ବାଦିକ ଓ ସମ୍ବାଦପତ୍ର ଦେଶ ଗଠନରେ ବେଶ୍ ସହାୟକ ହେବ । ସାମ୍ବାଦିକ ସଂଘର ଦାବି ଯୁକ୍ତିଯୁକ୍ତ, ଯାହା ସରକାର ଶୁଣିବା ଆବଶ୍ୟକ ବୋଲି ଡ. ଢାଲୀ କହିଥିଲେ । ଏଥିସହିତ ସାମ୍ବାଦିକଙ୍କ ବୀମା ବୃଦ୍ଧି କରିବା କ୍ଷେତ୍ରରେ ସରକାର ଯତ୍ନବାନ ହେବା ଦରକାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକ ଓ ସମ୍ବାଦପତ୍ର ଉପରେ ଚାଲିଥିବା ଆକ୍ରମଣ ଉପରେ ଆଲୋକପାତ କରିଥିଲେ ।

ଏବେ ୪୦୦ରୁ ଉର୍ଦ୍ଧ୍ୱ ସାମାଜିକ ଗଣମାଧ୍ୟମକୁ ସରକାର ବନ୍ଦ କରିବାକୁ ଅପଚେଷ୍ଟା କରୁଛନ୍ତି । ତାହା କଦାପି ସଫଳ ହେବ ନାହିଁ । ସାମ୍ବାଦିକ ସବୁବେଳେ ସମାଜର ତଳସ୍ତରର ଲୋକଙ୍କ କଥା ଉଠାଇ ସଚେତନ କରିଥାଏ । କିନ୍ତୁ ୨୦୧୪ରୁ ର୍ବମାନ ସୁଦ୍ଧା ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢି ଚାଲିଥିବା ବେଳେ ସମ୍ବାଦପତ୍ରର କଣ୍ଠରୋଧ କରାଯିବା କଥାକୁ ସେ ନିିନ୍ଦା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ କର୍ପୋରେଟର ଅମରେଶ ଜେନା, ଶିକ୍ଷାବିତ ଡ. ଭି ରାଜେନ୍ଦ୍ର ରାଜୁ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଓ ସମ୍ବାଦପତ୍ରର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସଂଘର ଉପସଭାପତି ହରପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କିଛି ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଷଣ୍ଢ, ଜିତେନ୍ଦ୍ର ମହାନ୍ତି, ସଞ୍ଜୟ ଜେନାଙ୍କ ସମେତ ପରିବା ବ୍ୟବସାୟ ମହାସଂଘର ସଭାପତି କବିରାଜ ସ୍ୱାଇଁ, ସାମ୍ବାଦିକା ଶୁଭଦର୍ଶୀ ମିଶ୍ରଙ୍କ ସମେତ ଓଡ଼ିଶା ପତ୍ରକାର ସଂଘର ଜିଲ୍ଲା ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଖୋର୍ଦ୍ଧା ଜିଲ୍ଲା ସଭାପତି ମାଧବାନନ୍ଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.