banner
Breaking

ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା।

0

କଟକ, ୨୪ା୧୨(ଓଡ଼ିଆ ନ୍ୟୁଜ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ତାରିଖ । ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୨ଯାଏ ପରୀକ୍ଷା ଚାଲିବ । ୧୯ତାରିଖ ଦିନ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ/ସଂସ୍କୃତ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୧ରେ ପ୍ରାକ୍ଟିକାଲ, ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ୩୦ରେ ସରିବ । ପରୀକ୍ଷାର୍ଥୀଙ୍କୁ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ମିନିଟ ସମୟ ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ସେପଟେ କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ଼ ରହିବ । ଏହାସହ ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍ ମଧ୍ୟ ରହିବ । ନିର୍ଦ୍ଧାରିତ ସମୟ ପୂର୍ବରୁ କେହି ପ୍ରଶ୍ନପତ୍ରକୁ ଖୋଲିପାରିବେ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.