banner
Breaking

ଜୁନ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।

0

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଜୁନ୍‌ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏଥିପାଇଁ ଜୋର୍‌ସୋରରେ ମୂଲ୍ୟାୟନ ଚାଲିଛି। ଆସନ୍ତା ୧୭ ତାରିଖରୁ  ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ୟୁଟ୍ୟୁବ୍‌ ମାଧ୍ୟମରେ ପୂର୍ବାହ୍ନ ୧୦ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ। ପ୍ରତିଦିନ ୪ଟି ପିରିୟଡ୍‌ କରାଯିବ । ପ୍ରତି କ୍ଲାସର ବ୍ୟବଧାନ ୩୦ ମିନିଟ ରହିବ। ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ ପାଠପଢ଼ା ହେବ। ଏଥିପାଇଁ ସମସ୍ତ ଜିଲା ଶିକ୍ଷାଧିକାରୀ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ। କରୋନା ମହାମାରୀ ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଥିବାରୁ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.