banner
Breaking

ଖୁବଶୀଘ୍ର ବାହାରିବ ମାଟ୍ରିକ ରେଜଲ୍ଟ।

0

କଟକ ,୩।୫: କରୋନା ମହାମାରୀ ଯୋଗୁ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କ ବିବରଣୀ ମାଗିଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫର୍ମାଟରେ ସ୍କୁଲ ନାମ, ନମ୍ବର ଓ ରୋଲ ନମ୍ବର ଆଦି ତଥ୍ୟ ଉଲ୍ଲେଖ ରହିବ।

ଏଥିସହ ଦଶମ ଟେଷ୍ଟ ଓ ନବମ ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମଗାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବାକୁ ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି। ସୋମବାର ସୁଦ୍ଧା ନିକଟସ୍ଥ ପରୀକ୍ଷାକେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ବୋର୍ଡର ଏହି ନିଷ୍ପତ୍ତିକୁ ବିରୋଧ କରିଛି ଓଷ୍ଟା।

Khansweb Solution Bhubaneswar

Leave A Reply

Your email address will not be published.