banner
Breaking

ସମସ୍ତ ନବମ ପିଲା ଦେଇପାରିବେ ମାଟ୍ରିକ ପରୀକ୍ଷା। ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, : ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରୀଛାତ୍ର ମେ’ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‌ ପରୀକ୍ଷା ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କରୋନା ଯୋଗୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ୨୦୨୦ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା। ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ୨୦୨୧ ଜାନୁୟାରୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପ୍ରସ୍ତୁତ  ନିମନ୍ତେ କୋଭିଡ୍‌ ନିୟମାବଳୀ ପାଳନ କରି ସ୍କୁଲ ଖୋଲାଯାଇଥିଲା। କିନ୍ତୁ କେତେକ ସ୍କୁଲରେ ପିଲା ମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ରାଜଧାନୀର ଏକ ସ୍କୁଲରେ ପିଲାମାନେ ପ୍ରତିବାଦ କରିଥିଲେ। ପିଲାଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପିଲାମାନଙ୍କୁ ପରୀକ୍ଷା ଦେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ ପିଲାଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉଟ୍‌ କ୍ଲିଅର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟସ୍ତରରେ କରାଯିବ। ସେହିପରି ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ର ମଧ୍ୟ ମେ’ରେ ହେବାକୁ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.