banner
Breaking

ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ ।

0

ଭୁବନେଶ୍ବର,୯/୧୦(ଓଡ଼ିଆ ନ୍ୟୁଜ) ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ଟିର ସଚିବ ଭି କେ ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଯାଇ ବି ସ୍ଥିତି ସମୀକ୍ଷା କରିବେ । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମ । ପ୍ରଶାସନକୁ ଅଧିକ ଉତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି କ୍ରମରେ ମାଲକାନଗିରି ଗସ୍ତ କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିଛନ୍ତି ୫ଟି ସଚିବ ।

Khansweb Solution Bhubaneswar

Leave A Reply

Your email address will not be published.