ମାଲାବାର ଚନ୍ଦ୍ରଶେଖରପୁର ଷ୍ଟୋରରେ ଆର୍ଟିଷ୍ଟ୍ରି ସୋ

ଭୁବନେଶ୍ୱର : ଦେଶର ଅଗ୍ରଣୀ ସୁନା ଏବଂ ହୀରା ରିଟେଲ ଚେନ୍ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଟ୍‌ସ ଏହାର ଚନ୍ଦ୍ରଶେଖରପୁର ସୋ’ ରୁମ୍‌ରେ ଆରମ୍ଭ କରିଛି ଆର୍ଟିଷ୍ଟ୍ରି ସୋ’ । ଏହା ୨୦୨୬ ମେ’ ୩୧ ଯାଏ ଚାଲିବ। ଏହି ସ୍ବତନ୍ତ୍ର ପ୍ରଦର୍ଶନୀରେ ପାରମ୍ପରିକ ଏବଂ ସମସାମୟିକ ଡିଜାଇନ୍‌ଗୁଡ଼ିକର ବ୍ୟାପକ ରେଞ୍ଜ ହାତତିଆରି ଗହଣାର କଳାତ୍ମକ ଚାତୁରତାକୁ ପ୍ରଦର୍ଶିତ କରାଯିବ। ଗୁରୁ ବାର ମାଲାବାର ଗୋଡ ଆଣ୍ଡ୍ ତାଏମଣ୍ଟ୍‌ସ, ଚନ୍ଦ୍ରଶେଖରପୁର ଷ୍ଟୋରର ସମସ୍ତ ମ୍ୟାନେଜ୍‌ମେଣ୍ଟ ଟିମ୍‌ଙ୍କ ଉପସ୍ଥିତିରେ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର ଏହି ‘ଆର୍ଟିଷ୍ଟ୍ରି ସୋ’ର ଶୁଭାରମ୍ଭ କରିଥିଲେ। ପ୍ରଦର୍ଶିତ ପ୍ରତ୍ୟେକ ଗହଣା ହେଉଛି ସ୍ବତନ୍ତ୍ର ଏବଂ ଭାରତୀୟ ଡିଜାଇନ୍ କଳା ଓ ଦକ୍ଷ କଳାକୃତିର ପ୍ରତୀକ। ଏହି ସମ୍ଭାରରେ ଅତ୍ୟନ୍ତ ନିଖୁଣତା ସହିତ ପ୍ରସ୍ତୁତ ଡିଜାଇନ ରହିଛି । ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଟ୍‌ସର ଅନନ୍ୟ ବ୍ରାଣ୍ଡ ଗୁଡ଼ିକରୁ ବ୍ୟାପକ ପ୍ରକାର ଗହଣା ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି । ଏହି ସମାରଗୁଡ଼ିକ ହେଲା ମାଇନ୍ ତାଏମଣ୍ଡ୍ ଜୁଏଲେରୀ, ଇରା ଅନ୍‌କଟ୍ ହୀରା, ପ୍ରିସିଆ ଜେମଷ୍ଟୋନ୍ ଗହଣା, ଏଥନିକ୍ସ ହାତତିଆରି ଗହଣା, ଭିରାଜ ରୟାଲ ପୋଲ୍‌କୀ ଗହଣା ଏବଂ ଆହୁରି ଅନେକ କିଛି । ଏ ଅବସରରେ ମାଲବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍ପି ଅହମ୍ମଦ କହିଛତି ଯେ, ସହରର ଗହଣା କ୍ରେତାମାନେ ଉଚ୍ଚ ଗୁଣବତ୍ତା, ଶୁଦ୍ଧତା ଏବଂ ସ୍ବଚ୍ଛ ଦରର ପ୍ରତିଶ୍ରୁତି ସହିତ ଆମ ଉତ୍ପାଦକୁ ଉପଭୋଗ କରିପାରିବେ । କାର୍ଯ୍ୟକ୍ରମରେ ମାଲାବାର ଗୋଲ୍ଡ ଓ ଡାଇମଣ୍ଡସ୍ ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ବର ରଥ କହିଛନ୍ତି ଏହି ଆର୍ଟିଷ୍ଟ୍ରି ଶୋରେ ପ୍ରଦର୍ଶନୀ ଓ ବିକ୍ରି ରହିବ ସହ ଅନ୍ୟ ରାଜ୍ୟର ବିଭିନ୍ନ ଅଳଙ୍କାର ମଧ୍ୟ ଏଥିରେ ରହିବ । ଅନ୍ୟ ଦିନମାନଙ୍କରେ ଏହି ଜିନିଷ ସବୁ ମିଳେନାହିଁ। ଏହି ୧୧ ଦିନ ଭିତରେ ସମସ୍ତ ଜିନିଷ ଗ୍ରାହକମାନେ ପାଇପାରିବେ। ଷ୍ଟୋର ଜିଏମ୍ ଗୌରୀ ଶଙ୍କର ଆଚାର୍ଯ୍ୟ କହିଛନ୍ତି ଯେ ଆମେ ପ୍ରଦର୍ଶନୀ ବିକ୍ରି ଆରମ୍ଭ କରିଛୁ । ସମସ୍ତେ ଏହି ଷ୍ଟୋର ବୁଲିବାକୁ ଆସନ୍ତୁ । ଏହା ସହ ବିଭିନ୍ନ ସ୍କିମ ଓ ରିହାତିର ମଧ୍ୟ ଲାଭ ଉଠାଇପାରିବେ ଗ୍ରାହକ।