banner
Breaking

ମହାବୀର ମନ୍ଦିରର ଉନବିଂଶତମ ପ୍ରତିଷ୍ଠା ଉତ୍ସବ

0

ଭୁବନେଶ୍ୱର ; ନୀଳାଦ୍ରି ବିହାର ସେକ୍ଟର ଦୁଇ ସ୍ଥିତ ମହାବୀର ମନ୍ଦିରର ଉନବିଂଶତମ ପ୍ରତିଷ୍ଠା ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ଶୁକ୍ରବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଘଟ ସ୍ଥାପନ କରାଯାଇଥିଲା ।

ଶନିବାର ସକାଳୁ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଯଜ୍ଞାରମ୍ଭ, ଆଳତୀ, ପୂର୍ଣ୍ଣାହୂତି ହୋଇଥିଲା । ଦୀର୍ଘ ଦିନ ଧରି ସେକ୍ଟର ୨ ଠାରେ ପୂଜା ପାଉଥିବା ଶ୍ରୀ ଶ୍ରୀ ମହାବୀରଙ୍କର ଏହି ବାର୍ଷିକ ଉତ୍ସବରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, କ୍ୟାପିଟାଲ ହସ୍ପିଟାଲର ଉପଦେଷ୍ଟା ସଞ୍ଜୟ କୁମାର ସେଠୀ, ଯୁବନେତା ମନୋଜ ସାହୁ, ବାବା ଆର୍ତ୍ତତ୍ରାଣ ଓ ସ୍ଥାନୀୟ ଅଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

ସନ୍ଧ୍ୟାରେ ଆରାଧନା ଗ୍ରୁପ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୩ ହଜାରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମହାବୀର ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.