banner
Breaking

ମହାରାଷ୍ଟ୍ର ସରକାର ପ୍ରଥମ କ୍ୟାବିନେଟରେ ଦେଲେ ୨୦ କୋଟି। ଶୁଶାସନ ପାଇଁ ଦିଆଯିବ ହଜାର ହଜାର କୋଟି।

0

ମୁମ୍ବାଇ, ୨୯।୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଦାୟିତ୍ୱଗ୍ରହଣ କରିବା ପରେ ଗୁରୁବାର ରାତି ୮ରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସହ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ ଦୁର୍ଗର ସଂରକ୍ଷଣ ଲାଗି ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିସହ ରାଜ୍ୟର କୃଷକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଉଦ୍ଧବ ଏହି ଅବସରରେ କହିଛନ୍ତି। ତାଙ୍କ ସରକାର ସୁଶାସନ ଆଣିଦେବ ଓ ଖୁବ୍‌ଶୀଘ୍ର କୃଷକଙ୍କ ମୁହଁରେ ହସ ଫୁଟାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। କୃଷିଋଣ ଛାଡ଼ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିକାଶ ଯୋଜନା ସମ୍ପର୍କରେ ଅଧିକାରୀଙ୍କଠାରୁ ତଥ୍ୟ ଆଣି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.