banner
Breaking

ଚାଷୀଙ୍କ ଋଣ ଛାଡ ସହିତ ୧୦ ଟଙ୍କାରେ ଖାଇବାକୁ ଦେବ ମହାରାଷ୍ଟ୍ରର ନୂଆ ସରକାର।

0

ମୁମ୍ବାଇ, ୨୯।୧୧(ଓଡ଼ିଆ ନ୍ୟୁଜ):ମହାରାଷ୍ଟ୍ରରେ ନବଗଠିତ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ରାଜ୍ୟରେ କୃଷକ ସମସ୍ୟାର ସମାଧାନ ଓ ସେମାନଙ୍କ ଋଣଛାଡ଼ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ସ୍ଥାନୀୟ ଯୁବତୀଯୁବକଙ୍କ ଲାଗି ୮୦ ପ୍ରତିଶତ କର୍ମନିଯୁକ୍ତି ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ବିକାଶ ଅଘାଡ଼ି ପକ୍ଷରୁ ଘୋଷଣା କରାଯାଇଛି। ଏନ୍‌ସିପି ନେତା ଜୟନ୍ତ ପାଟିଲ ଓ ନଓ୍ବାବ ମଲିକଙ୍କ ସହ ଶିବସେନା ନେତା ଏକ୍‌ନାଥ ସିନ୍ଦେ ଗୁରୁବାର ମିଳିତ ଭାବେ ମେଣ୍ଟ ସରକାରର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମ୍‌ପି) ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟରେ କୃଷକଙ୍କ ସମ୍ପୂର୍ଣ୍ଣ ଋଣଛାଡ଼, ସ୍ଥାନୀୟ ଲୋକଙ୍କୁ ୮୦% କାମ ସହ ୧୦ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦେବା ଆଦି ସିଏମ୍‌ପିରେ ସ୍ଥାନ ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.