banner
Breaking

ହଣା ଲୁଟେରାଙ୍କ କବଜାରେ ରାଜଧାନୀ। ପୁଣି ୩ ଲୁଟ୍

0

ଭୁବନେଶ୍ୱର,୧୦।୨(ବ୍ୟୁରୋ): ହଣା ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟର ତରିକା ବଦଳାଇଛନ୍ତି ଲୁଟେରା। ଦିନ ହେଉ କି ରାତି ବେଧଡକରେ ଲୋକଙ୍କୁ ଭୟଭୀତ କରି ଲୁଟିତାଲିଛନ୍ତି।ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ ମହିଳାଙ୍କ ବେକରେ କଟୁରୀ ଲଗାଇ ୩ଜଣ ଦୁର୍ବୃତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ସେହିପରି ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ବେକରେ କଟୁରୀ ଲଗାଇ ସୁନାଚେନ ଲୁଟିନିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ସେକ୍ଟର-୫ ଅଞ୍ଚଳରେ ରହୁଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମର ଭିଜୁଆଲ ଏଡିଟର ଅଶୋକ ପାଣିଗ୍ରାହୀଙ୍କ ମା’ ଫୁଲ ତୋଳିବାକୁ ଯାଇଥିବାବେଳେ ତାଙ୍କ ଘରୁ ଦୁର୍ବୃତ୍ତମାନେ ୨୦୦ ଗ୍ରାମ ଓଜନର ପ୍ରାୟ ୯ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ପୃଥକ ଭାବେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.