banner
Breaking

ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଟିମ୍‌ର ସଭାପତି ରମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ରୂପେ କର୍ପୋରେଟର ମୋନାଲିସା ସାହୁ, କଣ୍ଠଶିଳ୍ପୀ ପମି ମିଶ୍ର, ଡା ଆଲୋକ କୁମାର ରଥ, ଯୁବନେତା ମନୋଜ କୁମାର ସାହୁ, ଶିକ୍ଷାବିତ ବିଚିତ୍ରା ନନ୍ଦ ରଥ, ଉପଦେଷ୍ଟା ଶ୍ରଦ୍ଧାନନ୍ଦ ଦାଶ, ଉପସଭାପତି ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଏଲପି ଟିମର ସମାଜସେବା କାର୍ଯ୍ୟ ଓ ଫୁଲ ତୋଡା ପରିବେ ଚାରା ବଣ୍ଟନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଟିମ୍‌ର ସମ୍ପାଦକ ଅନିରୁଦ୍ଧ ଲେଙ୍କା ବାର୍ଷିକ ବିବରଣୀ ପାଠ କରିବା ସହିତ ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ବଦ୍ଧରେ କହିଥିଲେ । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ଯୁବ ପ୍ରତିଭା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ସ୍ୱେଚ୍ଛାସେବୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହସମ୍ପାଦକ ପ୍ରଭାସିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.