banner
Breaking

ଆସନ୍ତା କାଲି ଲଘୁଚାପର ରୂପ ନେବ ଘୁର୍ଣ୍ଣିଝଡ

0

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ୯ ତାରିଖ ସୁଦ୍ଧା ଅବପାତ ଓ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ, ୮ ତାରିଖରେ ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା, ଘଡଘଡି ମାରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି କରିଛି।

Khansweb Solution Bhubaneswar

Leave A Reply

Your email address will not be published.